ଭଦ୍ରକ : ସାହାଡାଶୁଣୀ ମନ୍ଦିରରେ ପାଟୁଆଯାତ୍ରା

ଭଦ୍ରକ,୧୬ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ୍ କୋହ୍ଲସ୍ଥିତ ଐତିହାସିକ ସାହାଡାଶୁଣୀ ମନ୍ଦିରରେ ୪ ଦିନ ଧରି ପାଟୁଆ ଯାତ୍ରା ଓ ମହାବିଷୁବ ସଂକ୍ରାନ୍ତି ଉତ୍ସବ ଅନୁଷ୍ଠିତ ହେଉଛି ।  ଆରମ୍ଭ ହୋଇଥିବା ଏହି ଉତ୍ସବର ପ୍ରଥମ ଦିନ ନିଶା ଘଟ ସହ ଏକାଦଶୀ ଧୂପ ଆବାହନ କରାଯାଇଥିଲା । ଦ୍ୱିତୀୟ ଦିନ ପୁରୀ ଘଟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ଜାଡି ଠାକୁରାଣୀଙ୍କ ନିକଟରୁ ପୁରୀ ଘଟକୁ ମା’ଙ୍କ ମନ୍ଦିରକୁ ଅଣାଯାଇଛି । ତୃତୀୟ ଦିନ ଝୁଣା ପାଟ ଉତ୍ସ ବରେ ମା’ଙ୍କ ନିକଟରେ ଚଣ୍ଡୀ ପାଠ କରାଯାଇଥିଲା । ଚତୁର୍ଥ ଦିନରେ ସକାଳୁ ପାଟୁଆମାନେ ମା’ଙ୍କ ମନ୍ଦିର ସମ୍ମୁଖରେ ପାଟୁଆ ନାଚ କରିବା ସହ ସନ୍ଧ୍ୟାରେ ମଧ୍ୟ ନାଚିଥାନ୍ତି । ଏହିଦିନ ସକାଳେ ମା’ଙ୍କ ସମ୍ମୁଖରେ ମାନସିକ କରିଥିବା ବ୍ୟକ୍ତିମାନେ ନିଆଁ ଉପରେ ଝୁଲିବାର ଦୃଶ୍ୟ ବେଶ ରୋମାଞ୍ଚକର । ଷୋଡଷ ଉପଚାର ପୂଜା ସହ ଚଣ୍ଡୀ ଯଜ୍ଞ କରାଯାଏ । ମା’ଙ୍କ ହଳଦି ମିଶା ଗାଧୁଆ ପାଣି ନେବା ପାଇଁ ଜିଲା ତଥା ବାହାରୁ ବହୁ ଭକ୍ତଙ୍କ ଏଠାରେ ଭିଡ ଜମିଥାଏ । ପିଲାଛୁଆ, ବୃକ୍ଷ ଅବା ଫଳ ଉପରେ ଗାଧୁଆ ପାଣି ପକାଇ ଦେଲେ ସମସ୍ୟାର ସମାଧାନ ହୋଇଯାଇଥାଏ । ରାଉଷଣ ପାଟୁଆ ହେଉଛନ୍ତି ପାଟୁଆ ଯାତ୍ରାର ମୁଖ୍ୟ । ସ୍ୱର୍ଗତ ଉପେନ୍ଦ୍ର ସେଠୀଙ୍କ ମୃତୁ୍ୟ ପରେ ତାଙ୍କ ପୁଅ ନାରାୟଣ, ସତ୍ୟବାନ ଓ ମୃତୁ୍ୟଞ୍ଜୟ ଏବେ ରାଉଷଣ ପାଟୁଆ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେହିପରି ଧନେଶ୍ୱର ମାଝୀ, ଭାଗିରଥି ମାଝୀ, ବୃନ୍ଦାବନ ମାଝୀ, କାର୍ତ୍ତିକ ମାଝୀ, ଅଭିମନ୍ୟୁ ମାଝୀ, ସନାତନ ମାଝୀ, ରଘୁନାଥ ମାଝୀ, ପ୍ରଦୀପ ମାଝୀ ପାଳି କରି ମନ୍ଦିରର ପୂଜା ଦାୟିତ୍ୱ ନିର୍ବାହ କରୁଛନ୍ତି ।

Leave a Reply

Your email address will not be published. Required fields are marked *