ଭଦ୍ରକ : ସାନ୍ତାଳି ନୃତ୍ୟରେ ଉଦ୍ୟାପିତ ହେଲା ମକର ପର୍ବ

ଭଦ୍ରକ, ୧୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ବନ୍ତ ବ୍ଳକ ଆଡିଆ ପଞ୍ଚାୟତ ଅଧୀନ ଜିରିଣା ମାଝୀସାହିରେ ସାନ୍ତାଳି ନୃତ୍ୟ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ମକର ପର୍ବକୁ ବିଦାୟ ଦିଆଯାଇଛି। ଏହି ଅବସରରେ ମାଝୀସାହିର ମା’ କାଳିଯାଇ କମିଟି ତରଫରୁ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ସାନ୍ତାଳୀନୃତ୍ୟ, ଗୀତ, ଏକକ ଅଭିନୟ, ହାଣ୍ଡିଫଟା, ଲାଖବିନ୍ଧା, ମ୍ୟୁଜିକ ଚେୟାର, ଫୁଟବଲ ଖେଳ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦ୍ୟାପନୀ ଉତ୍ସ†ବରେ ଶିକ୍ଷକ ଗୁରୁଚରଣ ମାଝୀଙ୍କ ସଭାପତିତ୍ୱରେ ଅତିଥି ରୂପେ ସ୍ଥାନୀୟ ଆଡିଆ ସରପଞ୍ଚ ଶଶୀକଳା ସେଠୀ, ସମିତିସଭ୍ୟ ପ୍ରଦ୍ୟୁମ୍ନ ଦାସ, ୱାର୍ଡସଭ୍ୟ ପୂଣ୍ଣ ର୍ଚନ୍ଦ୍ର ଦାସ, ବାବାଜୀ ଚରଣ ବେହେରା, ସାଲୁରାମ ମାଝୀ, ସୁଶିଲ କୁମାର ସିଂ, ସନ୍ତୋଷ କୁମାର ମାଝୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା। ମହିଳା ଓ ପୁରୁଷଙ୍କ ଦ୍ୱାରା ଅନୁଷ୍ଠିତ ସାନ୍ତାଳୀ ନୃତ୍ୟ ମକର ପର୍ବକୁ ଅଧିକ ଆକର୍ଷଣୀୟ କରିଥିଲା। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ବହୁ ଲୋକଙ୍କ ଭିଡ ଜମିଥିଲା। ବିକ୍ରମ ମାଝୀ, ପ୍ରାକ୍ତନ ଜିଲାପରିଷଦ ସଭ୍ୟା ରୀନା ସିଂ, ଛୋଟରାୟ ଟୁଡୁ, ସାଲୁରାମ ସିଂ, ସନାତନ ସିଂ, ହେମନ୍ତ ଟୁଡୁ, କିଶୋର ସିଂଙ୍କ ସମେତ ଗ୍ରାମବାସୀ ଏହାକୁ ସୁଚାରୁ ରୂପେ ସଂପାଦନ କରିଥିଲେ।

Leave a Reply

Your email address will not be published. Required fields are marked *