ଭଦ୍ରକ : ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ କର୍ମଶାଳା

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂଆବଜାର ଠାରେ ଶିଶୁ ବାଟିକା ବିଭାଗର ମାତୃକର୍ମାାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ବିଦ୍ୟାଳୟର ସମ୍ପାଦକ କୃପାସିନ୍ଧୁ ନାୟକ, ଉପସଭାପତି ଇଂ ଅଭୟ ସୂତାର, ସ ସଂଯୋଜକ ମଦନ ମୋହନ ମହନ୍ତ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରଜିତ ମୁନ୍ନିଙ୍କ ଉପସ୍ଥିତରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପ୍ରାୟୋଗ ଶାରୀରିକ, ବୌଦ୍ଧିକ ବିକାଶର ପ୍ରାୟୋଗିକ ଓ ବିଭିନ୍ନ ଧନ୍ଦା ଶିଶୁ ଶିକ୍ଷା ଉପରେ ପ୍ରଶ୍ନ ମଂଚ ଆଦି କାର୍ଯ୍ରକ୍ରମ ମାଆ ମାନଙ୍କ ଦ୍ୱାର କରାଯାଇଥିଲା। ଏହି କର୍ମଶାଳାରେ ଶିଶୁ ବାଟିକା ବିଭାଗ ପ୍ରମୁଖ, ସଂକୁଳ ଶିଶୁ ବାଟିକା ପ୍ରମୁଖ ଓ ଶିଶୁ ବାଟିକା କ’ ବିଭାଗର ସମସ୍ତ ଗୁରୁଜୀ ଗୁରୁମା ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *