ଜିଲ୍ଲା ପରିକ୍ରମା

ଭଦ୍ରକ ସରକାରୀ ବାଳିକା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍ୟାପିତ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସରକାରୀ ବାଳିକା ହାଇସ୍କୁଲର ବାର୍ଷିକ କ୍ରିଡା ଆଜି ଉଦ୍ୟାପିତ ହୋଇଯାଇଛି।ଦୁଇ ଦିନ ବ୍ୟାପି ଉକ୍ତ କ୍ରିଡା ଉତ୍ସବକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସି.ଏଚ୍. ବିଜୟଲକ୍ଷ୍ମୀ ଉଦ୍ଘାଟନ କରିଥିଲେ।ଉଦ୍ଘାଟନି ଉତ୍ସବରେ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲା ବେଳେ ଶିକ୍ଷକ ରାଜକିଶୋର ଚୌଧୁରୀ ବେଦପାଠ କରିଥିଲେ। କ୍ରିଡା ପତାକା ଉତୋଲନ କରିବା ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଏକ ସୁସ୍ଥ, ନିରାମୟ ଓ ଶୃଙ୍ଖଳିତ ଜୀବନ ଗଠନରେ କ୍ରିଡାର ଭୂମିକା ଉପରେ ଆଲୋକପାତ କାରିଥିଲେ। ମଂଚାସିନ ବରିଷ୍ଠ ଶିକ୍ଷୟିତ୍ରୀ ସବିତା ଜେନା ଓ ମୋହନ ଚରଣ ବଳ ଛାତ୍ରୀମାନଙ୍କୁ କ୍ରିଡାର ବିଭିନ୍ନ ଦିଗ ଉପରେ ଦିଗ୍ଦର୍ଶନ ଦେଇଥିଲେ। ବିଦ୍ୟାଳୟର କ୍ରିଡା ଶିକ୍ଷୟିତ୍ରୀ ଜୟମିନ ପରିଡାଙ୍କ ତତ୍ୱାଦଧାନରେ ଆୟୋଜିତ ଏହି କ୍ରିଡା ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସିନିୟର ଓ ଜୁନିଅର ବିଭାଗରେ ବିଭିନ୍ନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଉଦ୍ୟାପନୀ ଉତ୍ସବରେ ପତାକା ଅବତରଣ ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଶୁଭେଛା ଜଣାଇବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ସିନିୟର ବିଭାଗରେ ଛାତ୍ରୀ ସିମ୍ରନ୍ ପର୍ବିନ୍ ଚମ୍ପିଅନ ହୋଇଥିବା ବେଳେ ଜୁନିୟର ବିଭାଗରେ ଛାତ୍ରୀ ସସ୍ମିତା ସ୍ୱାଇଁ ଚମ୍ପିଅନ ହୋଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା କୃତୀ ଛାତ୍ରୀମାନଙ୍କୁ ଆସନ୍ତା ୩୧ ତାରିଖ ବିଦୟାଳୟର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପ୍ରଧାାନ ଶିକ୍ଷୟତ୍ରୀ ପ୍ରକାଶ କରିଥିଲେ। ଏହି କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସହେଯାଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top