ଜିଲ୍ଲା ପରିକ୍ରମା

ଭଦ୍ରକ : ସରକାରୀ ପକ୍କା ଗୃହ ପାଇଁ ଦିବ୍ୟାଙ୍ଗଙ୍କ ନିବେଦନ

ଭଦ୍ରକ, ୬ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ବନ୍ତ ବ୍ଳକ ବସନ୍ତିଆ ପଞ୍ଚାୟତ ଆପଣ୍ଡା ଗ୍ରାମର ଦୈତାରୀ ଯେନାଙ୍କ ପୁଅ ରମେଶ(୩୯)ଙ୍କ ଦୁଇ ଗୋଡ ଜନ୍ମରୁ ଅଚଳ। ତାହାକୁ ସଚଳ କରିବା ପାଇଁ ତାଙ୍କ ବାପା ବହୁ ସ୍ଥାନ ଯାଇଁ ଡାକ୍ତରଙ୍କୁ ପରାମର୍ଶ କରିବା ସହ ଚିକିତ୍ସ। ପାଇଁ ଜମି ବିକ୍ରି କରି ବହୁ ଅର୍ଥ ଖର୍ଚ୍ଚାନ୍ତ ହୋଇ ମଧ୍ୟ ଶେଷରେ ନିରାଶ ହେବା ସାର ହୋଇଥିଲା। ଏବେ ବୟସ ବୃଦ୍ଧି ପରେ ମଧ୍ୟ ଦୁଇ ଗୋଡ ସଂପୂର୍ଣ୍ଣ ଅଚଳ ହୋଇଥିବାରୁ ଦୁଇ ଆଣ୍ଠୁରେ ଚାଲିବା ସାର ହୋଇଛି। ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ଦିବ୍ୟାଙ୍ଗ ଭତ୍ତା ମିଳୁଛି। ପୂର୍ବରୁ ତାଙ୍କୁ ମାସିକ ୧୦କିଗ୍ରା ଚାଉଳ ମିଳୁଥିଲେ ମଧ୍ୟ ଏବେ ତାହା ବନ୍ଦ ଥିବାର ସେ ପ୍ରକାଶ କରନ୍ତି। ଯେଉଁ ବାପାଙ୍କ ଉପରେ ତାଙ୍କର ଜୀବନ ଆଉ ଭବିଷ୍ୟତ ନିର୍ଭର କରୁଥିଲା ତାଙ୍କ ମୃତ୍ୟୁ ପରେ ବୃଦ୍ଧା ମା’ଙ୍କ ଉପରେ ନିର୍ଭର କରି ନାନା ସମସ୍ୟାରେ ଦିନ କାଟୁଛନ୍ତି। ସରକାର ଗରିବ ଓ ଦିବ୍ୟାଙ୍ଗଙ୍କ ବାସଗୃହ ପାଇଁ ବିଜୁ ପକ୍କାଗୃହ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କା ଗୃହ ଯୋଗାଇବାର ସୁବ୍ୟବସ୍ଥା କରିଛନ୍ତି।ଉକ୍ତ ଯୋଜନାରୁ ତାଙ୍କୁ ପକ୍କାଗୃହ ଟିଏ ଯୋଗାଇ ଦେଲେ ମୁଣ୍ଡ ଗୁଞ୍ଜିବା ପାଇଁ ଦେଖାଯାଉଥିବା ନାନା ବିଧ ସମସ୍ୟାରୁ ଟିକେ ତ୍ରାହି ପାଇ ପାରନ୍ତେ ବୋଲି ସେ ପ୍ରକାଶ କରିଛନ୍ତି। ସମସ୍ୟା ମଧ୍ୟରେ ଗତି କରୁଥିବା ରମେଶଙ୍କ ପ୍ରତି ପ୍ରଶାସନ ବିହିତ ପ୍ରଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top