ଓଡ଼ିଶା

ଭଦ୍ରକ : ସରକାରୀ ଧାନ ମଣ୍ଡି ଫାଙ୍କା ଅନ୍ୟରାଜ୍ୟର ବେପାରୀଙ୍କ ଗାଡିରେ ଚାଷୀଙ୍କ ଧାନ

ଭଦ୍ରକ, ୪ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସରକାରଙ୍କ ବିଜ୍ଞପ୍ତି ଅନୁଯାଇ ଏହି ଜିଲାର ବନ୍ତ ବ୍ଲକ ଅଧୀନରେ ଥିବା ୧୧ଟି ସେବାସମବାୟ ସମିତିରେ ସରକାରୀ ଧାନମଣ୍ଡି ଖୋଲିବାର ଥିବା ବେଳେ ଅଧିକାଂଶ ଧାନମଣ୍ଡି ଖୋଲିଥିବାର ଜଣାପଡିଛି। ସରକାରୀ ସ୍ତରରେ କୃଷକ ତାର କଷ୍ଟ ଅର୍ଜିତ ଧାନକୁ ଉକ୍ତ ମ‘ିରେ ଓ ଧାର୍ଯ୍ୟ ଦରରେ ବିକ୍ରି କରିବାର ସୁବିଧା ହୋଇଛି। ହେଲେ ଖୋଲାଯାଇଥିବା ସରକାରୀ ଧାନମଣ୍ଡିଗୁଡିକ ଅଦ୍ୟାବଧି ଫାଙ୍କା ପଡିଥିବାବେଳେ ଏବେ ଗାଁକୁ ବେପାରୀଙ୍କ ଟ୍ରକ ପ୍ରତିଦିନ ଯାଇ ଚାଷୀଙ୍କର ଧାନକୁ ଶାଗ ମାଛ ଦରରେ ବୋହି ନେଉଛନ୍ତି। ଆନ୍ଧ୍ର, ପଶ୍ଚିମବଙ୍ଗ ସମେତ ଅନ୍ୟରାଜ୍ୟ ଗୁଡିକୁ ଧାନ ବିକ୍ରି କରି ଏହାର ଫାଇଦା ନେଉଛନ୍ତି ବେପାରୀ। ଏଥିପ୍ରତି ସରକାରଙ୍କର ଅଙ୍କୁଶ ନ ଥିବାରୁ ଧାନମଣ୍ଡିର ପ୍ରକୃତ ସୁଫଳ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଖୋଲାଯାଇଥିବା ଧାନମଣ୍ଡି ଗୁଡିକର ଦୂରତା, ଚାଷୀ କାର୍ଡରେ ଥିବା ତ୍ରୁଟି ଓ ସପ୍ତାହରେ ଦୁଇଦିନ ଉକ୍ତ ମଣ୍ଡି ଖୋଲା ଯିବାର ବ୍ୟବସ୍ଥା ଥିବାରୁ ନାନା ସମସ୍ୟାରେ ପଡିଛି। ବିଚରାଚାଷୀ। ଏ ବର୍ଷ ଚାଷ କାର୍ଯ୍ୟ ସମୟରେ କୃଷି ବିଭାଗ ପକ୍ଷରୁ ସାର ଓ ବିଷର ଘୋର ଅଭାବ ପରିଲକ୍ଷିତ ହୋଇଥିଲା। ଚାଷୀ ଗ୍ରାମ ପାଶ୍ୱର୍ରେ ଥିବା ବେପାରୀଙ୍କ ଠାରୁ ଧାର ସୂତ୍ରେ ସାର ବିଷ ଆଣି ଚାଷ କରିଥିଲା। ବିଭିନ୍ନ ଜରୁରୀ କାର୍ଯ୍ୟ ପାଇଁ ଗ୍ରାମ ପାଶ୍ୱର୍ରେ ଥିବା ବେପାରୀଙ୍କଠାରୁ ଆବଶ୍ୟକୀୟ ସାର ବିଷ ସହ ଅର୍ଥ ଆଣିଥିବାରୁ ବାଧ୍ୟହୋଇ ନିଜର ଉତ୍ପାଦିତ ଶଷ୍ୟକୁ କମ୍ ଦରରେ ବିକ୍ରି କରୁଥିବାର ଚାଷୀ ପ୍ରକାଶ କରିଛନ୍ତି। ଫଳରେ ଚାଷୀଙ୍କ ଠାରୁ ସିଧାସଳଖ ସରକାରୀ ଦରରେ ଧାନ କ୍ରୟ କରିବାର ନାନା ସମସ୍ୟା ଦେଖାଦେଇଛି। ଚାଷୀଙ୍କ ପାଇଁ ଖୋଲା ଯାଇଥିବା ସରକାରୀ ଧାନମଣ୍ଡିରେ ଯଥାଶୀଘ୍ର ଧାନ କିଣି ତାଙ୍କର ପ୍ରାପ୍ୟ ଅର୍ଥକୁ ଉଚିତ ସମୟରେ ପ୍ରଦାନ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଚାଷୀଙ୍କର କଷ୍ଟ ଅର୍ଜିତ ଧାନକୁ ଅନ୍ୟରାଜ୍ୟକୁ ଚାଲାଣ କରୁଥିବା ବୋପାରୀଙ୍କ ପ୍ରତି ବିଭାଗୀୟ ଅଧିକାରୀ ଅଙ୍କୁଶ ଲଗାଇବାକୁ ଚାଷୀ ମହଲରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top