ଜିଲ୍ଲା ପରିକ୍ରମା

ଭଦ୍ରକ : ସରକାରୀ କଳର ବିଚିତ୍ର ନୀତି ଚାଷୀଙ୍କ ମାଗଣା ବିହନ ଖୋଲା ବଜାରରେ ବିକି୍ର

ଭଦ୍ରକ, ୨୧ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ କଲ୍ୟାଣ ପାଇଁ ପ୍ରତିବର୍ଷ ନୂଆ ନୂଆ ଯୋଜନା ପ୍ରଚଳନ କରୁଛନ୍ତି । ଏହା ସହିତ ସ୍ୱତନ୍ତ୍ର କୃଷି ବଜେଟ୍ କରାଯାଉଛି । ହେଲେ ସେ ସବୁ ଯୋଜନାର ଚାଷୀ ସୁଫଳ କେତେ ପାଉଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତବର୍ଷ ଖରିଫ ଋତୁରେ ଦେଖାଦେଇଥିବା ଉକôଟ ମରୁଡି ପରିସ୍ଥିତିର ମୁକାବିଲା ପାଇଁ ସରକାର ଚାଷୀଙ୍କୁ ରବି ଫସଲ ନିମନ୍ତେ ମାଗଣାରେ ବିରି, ମୁଗ, ସୋରିଷ, ଧାନ ବିହନ ଇତ୍ୟାଦି ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ହେଲେ ଧାମନଗର ବ୍ଲକ୍କୁ ଚାଷୀଙ୍କ ପାଇଁ ଆସିଥିବା ସେହି ବିରି, ମୁଗ୍ ଇତ୍ୟାଦି ବିହନ ଠିକ୍ ଭାବେ ବଣ୍ଟାଯାଇନଥିବା ଅଭିଯୋଗ ହୋଇଛି । ଏପରିକି ବିହନ ପାଇଁ ଉଦ୍ଦିଷ୍ଟ ସେହି ବିରି, ମୁଗ ଇତ୍ୟାଦି ଏହି ଜିଲାର ଧାମନଗର ବଜାରରେ ବେପାରୀ ଖୁଲମଖୁଲା ବିକି୍ର କରୁଥିବା ଦେଖିବାକୁ ମିଳିଛି । ତେବେ ସେହି ସରକାରୀ ବିହନ ବଜାରକୁ ବିକି୍ର ଉଦେ୍ଦା୍ୟରେ ଆସିଲା କିପରି ଏବଂ ଏହାକୁ କିଏ ବିକି୍ର କଲା, ତାହା ନିରପେକ୍ଷ ତଦନ୍ତ କଲେ ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରିବ । ସୂଚନା ଅନୁସାରେ ଧାମନଗର ବ୍ଲକ୍ର ଚଳିତବର୍ଷ ନଦୀଗାଁ, ଅର୍ଜୁନପୁର, ଭଟ୍ଟସାହି, ହସନାବାଦ, ରଇପୁର, କୋଠାର, ଧୁଷୁରୀ ସମେତ ଅନ୍ୟାନ୍ୟ ପଞ୍ଚାୟତର ଚାଷୀ ମରୁଡିରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏସବୁ ପଞ୍ଚାୟତରେ ଚାଷୀଙ୍କୁ ଠିକ୍ ଭାବେ ମାଗଣାରେ ବିହନ ଇତ୍ୟାଦି ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି । ସେହିପରି ବିହନ ପାଇବା ପାଇଁ ଚାଷୀ ଏକାଧିକବାର କୃଷି କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରିଥିବା ଅଭିଯୋଗରେ ଦର୍ଶାଇଛନ୍ତି  । ସୂଚନା ଥାଉକି ଅତୀତରେ ଧାମନଗର ଅଂଚଳର ଧାଡି ରୁଆ ଧାନ ଚାଷ ନିମନ୍ତେ ବିହନ, ସାର, କୀଟନାଶକ ବ୍ୟାପକ ପରିମାଣରେ ବେପାରୀଙ୍କୁ ବିକି୍ର କରି ଅସାଧୁ କର୍ମଚାରୀ ହାତ ଚିକ୍କଣ କରିଥିବାର ସେତେବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ୟାପକ ତଦନ୍ତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top