ଜିଲ୍ଲା ପରିକ୍ରମା

ଭଦ୍ରକ : “ସମାଜକୁ ଦିଗ୍ଦର୍ଶନ ଦେବାରେ ଭିନ୍ନକ୍ଷମଙ୍କ ଭୂମିକା ଉଲ୍ଲେଖନୀୟ’

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସମାଜକୁ ଦିଗ୍ଦର୍ଶନ ଦେବାରେ ଭିନ୍ନକ୍ଷମଙ୍କ ଭୂମିକା ଉଲ୍ଲେଖନୀୟ। ପୌରାଣିକ ଯୁଗର ବଳି, କୁବଜାଙ୍କ ଠାରୁ ଆରମ୍ଭ କରି ହେଲେନ କେଲର, ଭୀମଭୋଇଙ୍କ ଭଳି ଭିନ୍ନକ୍ଷମ ପ୍ରତିଭା ମାନେ ସମାଜର ଆଦ୍ୟସ୍ମରଣୀୟ। ଏବେ ବି ଶୃତି ମହାପାତ୍ରଙ୍କ ଭଳି ବହୁ ଭିନ୍ନକ୍ଷମ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ତେଣୁ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସମସ୍ତ ଅଧିକାର ଓ ସମ୍ମାନ ପ୍ରଦର୍ଶନ କରିବା ଜରୁରୀ ବୋଲି ମାଳଦା ଠାରେ ରାଜ୍ୟସ୍ତରୀୟ ଭିନ୍ନକ୍ଷମ ସଶକ୍ତ ଅଭିଯାନ ରଥକୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ସଭା ଓ ସଚେତନତା କର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଭିମାନ (ଭୁବନେଶ୍ୱର) ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଭିନ୍ନକ୍ଷମ ସଶକ୍ତ ଅଭିଯାନ ରଥକୁ ଭଦ୍ରକ ଜିଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତ କରଣ ବିଭାଗ ଆନୁକୂଲ୍ୟରେ ଏହି ଜିଲାର ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି, ମାଳଦା ପଞ୍ଚାୟତ ଏବଂ ଓଡିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ମାଳଦା ସରପଞ୍ଚ ରୀତାଞ୍ଜଳି ସାମଲଙ୍କ ସଭାପତିତ୍ୱରେ ସମିତି ସଦସ୍ୟ ମୋହନ ରାୟ ସଭା ସଞ୍ଚାଳନ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଡିଓ ବନମାଳୀ ତରାଇ, ମୁଖ୍ୟବକ୍ତାଭାବେ ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂପାଦିକା ଡ. ଶୃତି ମହାପାତ୍ର, ସମ୍ମାନିତ ଅତିଥିଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ ରାୟ, ଭଗବାନ ପରିଡା, ଦେବବ୍ରତ ଦାସ, ଓଡିଶା ବିଳାଙ୍ଗ ମଞ୍ଚ ଅକ୍ଷୟ ସାହୁ, ରହଣିଆ ସରପଞ୍ଚ ଅଲିଭା ନାୟକ, ଭଦ୍ରକ ରୋଟାରୀକ୍ଲବ ସଭାପତି ଅମ୍ବିକାବଲ୍ଲଭ ସ୍ୱାଇଁ, ଭିନ୍ନକ୍ଷମ ସଶକ୍ତ ରଥ ରାଜ୍ୟ ସଂଯୋଜକ ମିହିର ମହାନ୍ତି, ମାଳଦା ସେବା ସମବାୟ ସମିତି ସଭାପତି ଅରବିନ୍ଦ ନାୟକ ଯୋଗଦେଇଥିଲେ। ଏହି ଅବସରରେ ଭିନ୍ନକ୍ଷମ ମାନଙ୍କ ପକ୍ଷରୁ ସଚେତନଧର୍ମୀ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଦୁର୍ଯ୍ୟୋଧନ ଲେଙ୍କା ସ୍ୱାଗତ ଭାଷଣ, ମନୋରଞ୍ଜନ ମହାନ୍ତି ଅତିଥି ପରିଚୟ ଓ ରାଜେନ୍ଦ୍ର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ। ଯଦୁମଣୀ ନାୟକ, ବୀରେନ୍ଦ୍ର ନାୟକ ପ୍ରତ୍ୟୁଷ ସାମଲ, ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top