ଜିଲ୍ଲା ପରିକ୍ରମା

ଭଦ୍ରକ ସମବାୟ ବ୍ୟାଙ୍କ ଅନ୍ତର୍ଗତ ଅନ୍ନପାଳ ସେବା ସମବାୟ ସମିତି ଲିଃରେ ସଚେତନତା ଶିବିର

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଶା ରାଜ୍ୟ ସମବାୟ ସଂଘ ଆନୁକୂଲ୍ୟରେ ମୁଖ୍ୟ ଶାଖା ଭଦ୍ରକର ଅର୍ଣ୍ଣପାଳ ସେବା ସମବାୟ ସମିତିର କଲେଇ, ଲାଙ୍ଗୁଡି ଓ ଅର୍ଣ୍ଣପାଳକୁ ନେଇ ସମିତିର ନିର୍ଦ୍ଦେଶକ ମାନଙ୍କର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଥିଲା। ଏହି ଶିବିରରେ ଅର୍ଣ୍ଣପାଳ ସେବା ସମବାୟ ସମିତି ଲିଃର ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରି ଶିବିର ପରିଚାଳନା କରିଥିଲେ। ଏହି ଶିବିରରେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମିତିର କଳେବର କିପରି ବୃଦ୍ଧି ପାଇବ ସେ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟରେ ଚାଷୀ ସମବାୟ ସଂଘର ତଥା ବ୍ୟାଙ୍କର ନିର୍ଦ୍ଦେଶକ ମାନସ ଜେନା ଯୋଗଦେଇ ସମିତିର କାର୍ଯ୍ୟକାରିତା ଏବଂ କିପରି ଅଧିକ କାର୍ଯ୍ୟକ୍ଷମ ହୋଇପାରିବ, ତହିଁର ସୂଚନା ପ୍ରଦାନ କରିଥିଲେ। ସମବାୟ ସମିତିର ଉପନିବନ୍ଧକ ସ୍ୱାତୀବାଳା ମହାପାତ୍ର ତାଙ୍କ ଅଭିଭାଷଣରେ ସମବାୟ ସଂସ୍ଥାକୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ, ତାହାର ଉତ୍ତର ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଜୋନାଲ ଅଫିସର ଅଜିତ କୁମାର ହୋତା ଏବଂ ମୁଖ୍ୟ ଶାଖା ଭଦ୍ରକର ସହ ମୁଖ୍ୟ ପ୍ରବନ୍ଧକ ଅଶ୍ୱିନୀ କୁମାର ନାୟକ ଚାଷ, ଚାଷୀ ସରକାରଙ୍କର ଯାହା ସ୍କିମ୍ ଅଛି, ତାହାକୁ କିପରି ଲୋକମାନେ ସୁବିଧାରେ ଗ୍ରହଣ କରିପାରିବେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲାଙ୍ଗୁଡି ସେବା ସମବାୟ ସମିତି ଲିଃରେ ସଭାପତି ଉମାଶଙ୍କର ନାୟକ, ସଂପାଦକ ଭାଗୀରଥି ସ୍ୱାଇଁ, ଅର୍ଣ୍ଣପାଳ ସମିତିର ସଂପାଦକ ନରେଶ ସେନ ଓ ଜିଲା ସମବାୟ ଶିକ୍ଷାଦାତ୍ରୀ ପାର୍ବତୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top