ଭଦ୍ରକ : ସବୁଜ ଅନୁଷ୍ଠାନର ରଜ ଉତ୍ସବ

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସମତାର ସ୍ୱର ସବୁଜ ଓ ଗଦି ରାହାସ କମିଟି ପକ୍ଷରୁ ରଜ ଉତ୍ସବ ଆଡମ୍ବର ସହ ପାଳନ କରାଯାଇଛି। ଗଦି ଗାନ୍ଧି ପଡିଆରେ ତିନି ଦିନ ଧରି ଚାଲିଆସିଥିବା ଏହି ଉତ୍ସବକୁ ଅଧ୍ୟାପକ ଉମେଶ ଚନ୍ଦ୍ର ଭୋଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କୁ ନେଇ ଝୋଟି, ପୁଚି, ପୋଡପିଠା ପ୍ରସ୍ତୁତି, ଦଉଡି ଟଣା, ଭଲିବଲ, ତାସ, ଲୁଡୁ, କବାଡି, କ୍ୟାରମ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଶତାଧିକ ଯୁବକଯୁବତୀ ଭାଗ ନେଇଥିଲେ। କୃତୀ ପ୍ରତିଯୋଗୀଙ୍କ ସହିତ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଯୁବତୀମାନେ ଦୋଳିର ମଜା ନେଇଥିଲେ। କାର୍ଯ୍ୟକ୍ରମକୁ ଦୁର୍ଗେଶ ନାୟକ, ତୂଳସିଦାଶ ମୁଦୁଲି, ସୁବାସ ବେହେରା, ଜିତେନ୍ଦ୍ର ନାୟକ, ବିଦ୍ୟାଧର ମୁଦୁଲି, ବୁଦ୍ଧିରାମ ମୁଦୁଲି, ଅଭୟ ସ୍ୱାଇଁ, ପ୍ରଦୀପ ପାଢୀ, ରମେଶ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *