ଜିଲ୍ଲା ପରିକ୍ରମା

ଭଦ୍ରକ ସଦର ମେଡ଼ିକାଲରେ ବିଶ୍ୱ ମଧୁମେୟ ଦିବସ ପାଳିତ

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –  ଭଦ୍ରକ ସଦର ମେଡ଼ିକାଲ ପରିସରରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲା ସ୍ୱାସ୍ଥ୍ୟସମିତି ଆନୁକୁଲ୍ୟରେ ଆୟୋଜିତ ଉସôବକୁ ଜିଲ୍ଲାପାଳ ଜ୍ଞାନ ଦାସ ପ୍ରଦିପ ପଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଡ଼ିପିଏମ୍ ସରିତା ମହାପାତ୍ରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉସôବରେ ଜିଲ୍ଲାପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଶ୍ୱ ମଧୁମେୟ ଦିବସର କାରଣ ଓ ନିରାକରଣ ସଂପର୍କରେ ଆଲୋକପାତ କରିଥିଲେ । ଆମ ଦେଶ ଓ ରାଜ୍ୟରେ ମଧୁମେୟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଧୁନିକ ଜୀବନଶୈଳୀ ସାଙ୍ଗକୁ ଖାଦ୍ୟ ପେୟର ଅନୀୟମିତତା, ଧୂମପାନ, ମାଦକଦ୍ରବ୍ୟ ସେବନ ଓ ଶାରିରୀକ ପରିଶ୍ରମର ଅବହେଳା ଯୋଗୁଁ ଏହି ରୋଗ ସୁସ୍ଥଲୋକଙ୍କ ଦେହରେ ସୃଷ୍ଟି ହୋଇଥାଏ । ଶରୀରର ରକ୍ତରେ ଶର୍କରା ମାତ୍ରା ବଢିଗଲେ ଡ଼ାଇବେଟସ୍ ବା ମଧୁମେୟ ରୋଗ ହୋଇଥାଏ । ଏଥିପାଇଁ ଆମକୁ ସଚେତନତା ହେବା ସହିତ ନିୟମିତ ଡ଼ାକ୍ତର ପରାମର୍ଶ ଓ ଚିକିସôା କଲେ ଆମ ଜୀବନ ସୁସ୍ଥ ଓ ସୁଖମୟ ହୋଇପାରିବ ବୋଲି ବକ୍ତବ୍ୟରେ ଜିଲ୍ଲାପାଳ ଶ୍ରୀ ଦାସ କରିଥିଲେ ।ବିଶିଷ୍ଟ ଅତିଥିଭାବେ ମୁଖ୍ୟ ଚିକିସôାଧିକାରୀ ଡ଼ାକ୍ତର ମହମ୍ମଦ ଅବଦୁଲ ରସିଦ୍ ,  ସମ୍ମାନ୍ନିତ ଅତିଥିଭାବେ  ଏଡ଼ିଏମ୍ (ଏଫଡ଼ବ୍ଲୁ) ଡ଼ାକ୍ତର ମୁରଲୀଧର ନାୟକ ଏଡ଼ିଏମ୍ (ପିଏଚ) ଡ଼ାକ୍ତର ମୁରଲିଧର ପାଢୀ, ଏଡ଼ିଏମ୍ (ପିଏଚ) ଡ଼ା. ପ୍ରଦିପ୍ ଖୁଣ୍ଟିଆ ସିନିଅର ମେଡ଼ିସିନ୍ ସ୍ପେସିଆଲିଷ୍ଟ ଡ଼ା. ମୀନକେତନ ମିଶ୍ରଙ୍କ ସମେତ ଯୋଗଦେଇ ବିଶ୍ୱ ମଧୁମେହ ରୋଗର ନିରାକରଣ କ୍ଷେତ୍ରରେ ପରିବାରର ଭୂମିକା ଓ ନିଜେ ସଚେତନତା ହେବା ପାଇଁ କହିଥିଲେ । ଏହି ଉସôବରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ନସିଂ କଲେଜର ଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ ବିଶ୍ୱମଧୁମେହ ଦିବସ ଉପଲକ୍ଷେ ନର୍ସିଂ କଲେଜ ଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ.ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କାର କରିଥିଲେ । ଶେଷରେ ଏଡିପିଏଚସିଓ ଯଶୋବନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top