ଜିଲ୍ଲା ପରିକ୍ରମା

ଭଦ୍ରକ : ସଙ୍କୁଚିତ କଳେବରରେ ଉପ ନିବନ୍ଧକ କାର୍ଯ୍ୟାଳୟ

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜମି ଜମାର ବିକ୍ରୟ, ମାଲିକାନା ସତ୍ୱ, ଦାନପତ୍ର, ଦସ୍ତାବିଜ, କ୍ଷମତାପତ୍ର ପରି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ ହେଉଥିବା ବନ୍ତର ଉପନିବନ୍ଧକ କାର୍ଯ୍ୟାଳୟଟି ବହୁ ସଙ୍କୁଚିତ ଥିବା ସହ ଗୃହରେ ଫାଟ ସୃଷ୍ଟି ହୋଇଛି। ଏହି ବିଭାଗ ୧୯୮୫ରେ ଏହି ଜିଲାରେ ବନ୍ତରେ ପ୍ରତିଷ୍ଠା ହୋଇଥିଲା। ସେ ସମୟରେ ଉକ୍ତ ବିଭାଗ ଅଧୀନରେ ସ୍ୱଳ୍ପ ଜନସଂଖ୍ୟା ସାଙ୍ଗକୁ କାର୍ଯ୍ୟମଧ୍ୟ କମ୍ ରହିଥିଲା। ଏହାକୁ ଲକ୍ଷ୍ୟ କରି ମାତ୍ର ଦୁଇଟି କୋଠରୀରେ ବିଭିନ୍ନ କାର୍ଯ୍ୟ ସଂପାଦିତ ହେଉଥିଲା। ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟ ୩୩ ବର୍ଷରେ ପଦାର୍ପଣ କରିଛି। ଏବେ ଏହା ଅଧୀନରେ ୨୩୬ଟି ରାଜସ୍ୱ ଗ୍ରାମର ଦୁଇ ଲକ୍ଷ ଜନସାଧାରଣ ନିର୍ଭର କରୁଛନ୍ତି। ହେଲେ ସେହି ସର୍ବପୁରାତନ ଓ ସଙ୍କୁଚିତ ଗୃହର ରୁପରେଖରେ ସାମାନ୍ୟ ପରିବର୍ତ୍ତନ ଘଟିନି। ଏହି କାର୍ଯ୍ୟାଳୟ ବହୁ ଗୁରୁତ୍ୱପୂଣ୍ଣ ର୍ କାର୍ଯ୍ୟ ସଂପାଦନ କରୁଥିବା ବେଳେ ଏହାର ପାରିପାର୍ଶ୍ୱିକ ଅବସ୍ଥାକୁ ନେଇ ବହୁବିଧ ସମସ୍ୟା ଦେଖାଯାଇଛି। ଏହି ପୁରାତନ କାର୍ଯ୍ୟାଳୟରେ ମାତ୍ର ଦୁଇଟି କୋଠରୀ ଥିବାରୁ ରେକର୍ଡପତ୍ରର ରକ୍ଷଣା ବେକ୍ଷଣ, କମ୍ପୁ୍ୟଟର, ସହ ରେଜିଷ୍ଟ୍ରେସନ କାର୍ଯ୍ୟ ସଂପାଦନରେ ନାନା ବିଧ ସମସ୍ୟା ଦେଖାଯାଉଛି। ଗୃହ କାନ୍ଥରେ ଫାଟ ସହ ଛାତରୁ ପାଣି ଗଳୁଥିଲେ ମଧ୍ୟ କର୍ମଚାରୀ ନିରୂପାୟଭାବେ କାର୍ଯ୍ୟ କ୍ଷେତ୍ରରେ ଯୋଗଦେଇଥାନ୍ତି। କାର୍ଯ୍ୟାଳୟ ଚାରି ଟେ ପକ୍କା ପାଚେରି ନ ଥିବାରୁ ଓ କବାଟ ଝରକା ଭାଙ୍ଗିରୁଜି ଯାଇଥିବାରୁ ରେକର୍ଡପତ୍ରୁ ନିରାପଦରେ ରଖିବାର ସମସ୍ୟା ସୃଷ୍ଟି ହେଉଛି। ଏହାର ପରିବର୍ତ୍ତନ ସହ କଳେବର ବୃଦ୍ଧି ପାଇଁ ଉକ୍ତ ବିଭାଗର ଅଧିକାରି ବିଭାଗୀୟ ଉଚ୍ଚ କର୍ତ୍ତୃକ୍ଷଙ୍କୁ ଅବଗତ କରିଛନ୍ତି। ଅନ୍ୟପକ୍ଷରେ ଏହା ପାଶ୍ୱର୍ରେ ଚିକିତ୍ସ। ବିଭାଗ ପକ୍ଷରୁ ଏକ ସବ୍ସେଣ୍ଟର ଏକବର୍ଷରୁ ଊର୍ଦ୍ଧ୍ୱ ହେବ ନିର୍ମାଣ ହୋଇ ତାଲା ପଡିଥିବା ବେଳେ ତାହା କାର୍ଯ୍ୟକାରୀ ହୋଇପାରୁନି। ଉକ୍ତ କାର୍ଯ୍ୟାଳୟର ଗୁରୁତ୍ୱ, ଜନସଂଖ୍ୟାର ଘନତା ଓ ବହୁବିଧ କାର୍ଯ୍ୟକୁ ନେଇ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top