ଭଦ୍ରକ ଶ୍ରୀ ଶ୍ରୀ ଲୋକନାଥ ମନ୍ଦିରର ମହାଦେବ ଜଳବନ୍ଦୀ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗତ ଦୁଇଦିନ ହେବ ଲଘୁଚାପ ଜନିତ ବର୍ଷା କମିଥିଲେ ମଧ୍ୟ ଭଦ୍ରକ ସହରବାସୀଙ୍କ ଦୁର୍ଦ୍ଦଶା କହିଲେ ସରୁନାହିଁ। ଏପର୍ଯ୍ୟନ୍ତ ପୌରାଞ୍ଚଳର ୧୮ଟି ୱାର୍ଡରେ ପାଣି ଜମିରହି ଅନେକ କଚ୍ଚାଘର ଧସିପଡିଥିବାବେଳେ ସହରର କେନ୍ଦ୍ରସ୍ଥଳ କୁହାଯାଉôଥବା ଅସ୍ଥଳ, ଓ.ଟି. ମାର୍କେଟ୍, କଚେରୀ ବଜାରର ଅନେକ ସ୍ଥାନରେ ଜଳ ନିଷ୍କାସିତ ହୋଇନପାରିବାରୁ ଲୋକେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି। ବିଶେଷକରି ଭଦ୍ରକ ପ୍ରସିଦ୍ଧ ଶ୍ରୀ ଶ୍ରୀ ଲୋକନାଥ ମନ୍ଦିର ମଧ୍ୟରେ ଏବେବି ବର୍ଷାଜଳ ଜମି ରହିବା ଫଳରେ ଠାକୁରଙ୍କ ନୀତିରେ ବିଭ୍ରାଟ ଘଟୁଛି। ମହାଦେବଙ୍କ ଲିଙ୍ଗଟି ସଂପୂର୍ଣ୍ଣ ଭାବେ ପାଣିରେ ବୁଡି ରହିଥିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ଠାକୁରଙ୍କ ନିକଟରେ ଭକ୍ତି ନୈବେଦ୍ୟ ଅର୍ପଣ କରିପାରୁନାହାଁନ୍ତି। ତେବେ ମନ୍ଦିରର ପରିଚାଳନା ଦାୟିତ୍ୱରେ ଥିବା ବିଜୟ କୁମାର ପାଣିଙ୍କ ତତ୍ତ୍ୱାବଧାନରେ ମୋଟରପମ୍ପ ଲଗାଯାଇ ଜଳ ନିଷ୍କାସିତ କରାଯାଉଥିଲେ ମଧ୍ୟ ଜଳର ପରିମାଣ ହ୍ରାସ ପାଉନଥିବାର ଜଣାପଡିଛି। ଆଜି ଅମାବାସ୍ୟାରେ ବହୁ ଭକ୍ତ ଠାକୁରଙ୍କ ନିକଟରେ ଘର୍ଷଣ କରିନପାରି ଫେରୁଥିବାର ଦେଖାଯାଇଛି। ଏଣୁ ଏ ଦିଗରେ ପୌର ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *