ଭଦ୍ରକ : ଶୁଣିଲାନି ପ୍ରଶାସନ, ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଭଦ୍ରକ, ୩୦ା୬ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ବ୍ଲକରୁ ମାତ୍ର ୨ କିମି ଦୂରରେ ବାଲିଗାଁର କୁଲ୍ଲୀ ଗ୍ରାମକୁ ରାସ୍ତା । ବର୍ଷା ଋତୁ ଆରମ୍ଭରୁ ରାସ୍ତା ଅବସ୍ଥା ଏମତି ବେହାଲ ହେଇଥିଲା ଯେ; ଯାତାୟାତରେ ଲୋକଙ୍କୁ ଅନେକ ଯନ୍ତ୍ରଣା ଦେଇଥିଲା । କୁଲ୍ଲୀ ଗ୍ରାମର ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ବିଡିଓ ଓ ଜନପ୍ରତିନିଧିଙ୍କୁ ବିନତି କରି ନୟାନ୍ତ ହେବା ପରେ କେହି ନ ଶୁଣିବାରୁ ଗ୍ରାମବାସୀ ନିଜ ଗ୍ରାମକୁ ନିଜେ ରାସ୍ତା ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି । ଗାଁ ଲୋକେ ଚାନ୍ଦା କରି ଇଟା ମହରମରେ ରାସ୍ତା ନିର୍ମାଣ କରି ଅନ୍ୟମାନଙ୍କ ପାଇଁ ଉଦାହହରଣ ପାଲଟିଛନ୍ତି । ବାଲିଗାଁ ପଞ୍ଚାୟତ ଏବେ ନାକୁ ସହରୀକରଣ ମାନ୍ୟତା ପାଇଛି; ବାସ୍ତବ ପକ୍ଷେ ଏହି ପଞ୍ଚାୟତର କିଛି ଗାଁର ବାସ୍ତବ ଚିତ୍ରକୁ ଦେଖିଲେ କେହି କେବେ କହିପାରିବେନି ଏହି ପଞ୍ଚାୟତକୁ ସହରୀକରଣରେ ଯୋଡାଯାଇଛି । ବାଲଗାଁ ପଞ୍ଚାୟତର ବ୍ଲକସ୍ତରରୁ ଜିଲାସ୍ତର ଯାଏ ମାଳ ମାଳ ନେତା; ହେଲେ ଏବେବି କିଛି ଗାଁକୁ ଭଲ ରାସ୍ତାଟିଏ ନ ଥିବାବେଳେ ଅନ୍ୟାନ୍ୟ ମୌଳିକ ସୁବିଧାରୁ ବଞ୍ଚôତ ହୋଇଛନ୍ତି ଅଞ୍ଚଳବାସୀ । ସବୁ ସମୟରେ ଏହି ପଞ୍ଚାୟତର ଶାଷକ ଓ ବିରୋଧୀ ଦଳର ଯୁବ ନେତାଠୁ ଆରମ୍ଭକରି ଛାମୁଆ ନେତା ଯାଏ ବିଭିନ୍ନ ସଭା ସମିତିରେ ଲମ୍ବା ଭାଷଣ ଦେଇଥାନ୍ତି; ହେଲେ ନିଜ ପଞ୍ଚାୟତର ଗାଁକୁ ରାସ୍ତା ନିର୍ମଣ କରିବାକୁ ସେମାନେ ଅକ୍ଷମ । ଏବେ ବାଲିଗାଁରେ (ଏନେସ) ନିର୍ବାଚନ ପାଇଁ ଯୁବ ନେତା ଠୁ ଛାମୁଆ ନେତା ଯାଏ ନିଜ ୱାର୍ଡ ପାଇଁ ସମରସଜା ଆରମ୍ଭ କରିଛନ୍ତି; ହେଲେ ଅଞ୍ଚଳର ସମସ୍ୟା ନେଇ କେବେ ସ୍ୱର ଉଠାଇ ନାହଁନ୍ତି । ଏପଟେ ଲେକେ ମଧ୍ୟ ଆଉ ନେତାଙ୍କ ଉପରେ ଭରଷା କରୁନାହାଁନ୍ତି । ଯାହାର ଉଦାହରଣ ଦେଇଛନ୍ତି କୁଲ୍ଲୀ ଗ୍ରାମବାସ । ନେତାଙ୍କ ପାଖରେ ହାତ ନ ଯୋଡି କାହାର ସାହାଯ୍ୟକୁ ଖାତିରି ନ କରି ନିଜ ଗାଁକୁ ନିଜେ ରାସ୍ତା ନିର୍ମାଣ କରିଛନ୍ତି; ଯାହାକୁ ନେଇ ସବୁ ବର୍ଗର ଲୋକେ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *