ଭଦ୍ରକ : ଶିଶୁକନ୍ୟା ନିଖୋଜ

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଜଣେ ଶିଶୁକନ୍ୟାର ନିଖୋଜ ନେଇ ଭଦ୍ରକ ପୁରୁଣାବଜାର ଥାନାରେ ଅଭିଯୋଗ ହୋଇଛି। ତେବେ ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଥାନା ଅଧୀନସ୍ଥ କାଜିମହଲା ଗ୍ରାମନିବାସୀ ବର୍ସୁଲା ଖାଁଙ୍କ ତିନି ବର୍ଷର ଶିଶୁକନ୍ୟା ଖୁସି ଗତକାଲି ନିଜ ଭାଇ ସହ ସ୍ଥାନୀୟ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରିବା ପରେ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ତାକୁ ପାଖ ସାଳନ୍ଦୀ ନଦୀରେ ବୁଡିଯାଇଥିବାର ସନ୍ଦେହ କରି ଦମକଳ ବାହିନୀକୁ ଖବର ଦେବା ପରେ ଆଜି ପର୍ଯ୍ୟନ୍ତ ବହୁ ଖୋଜାଖୋଜି ପରେ ମଧ୍ୟ ତାକୁ ଉଦ୍ଧାର କରାଯାଇପାରିନାହିଁ। ତେବେ ଶିଶୁକନ୍ୟାଟିକୁ ଏପର୍ଯ୍ୟନ୍ତ ଠାବ କରାଯାଇପାରିନଥିବାରୁ ତାର ନିଖୋଜ ନେଇ ପୁଲିସ୍ ସନ୍ଦେହରେ ରହି ତଦନ୍ତ ଚଳାଇଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *