ଜିଲ୍ଲା ପରିକ୍ରମା

ଭଦ୍ରକ : ଶିବଗଙ୍ଗା ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟର ବହୁ ପୁରାତନ ଏହି ଜିଲାର ଶୈବକ୍ଷେତ୍ର ଆରଡି ଧାମର ମାଷ୍ଟରପ୍ଲାନ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟଙ୍କ ଆହ୍ୱାନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦଙ୍କ ପ୍ରତିନିଧି ପ୍ରତାପ ଧଳ, ବ୍ଲକ ଅଧ୍ୟକ୍ଷା ମାନସୀ ସାହୁ, ଜିଲା ସାଧାରଣ ସଂପାଦକ ଟୁଟୁ ବଳ, ପୂର୍ବତନ ବିଧାୟକ ବିଜୟ ନାୟକ, ଭଦ୍ରକ ଜିଲାପାଳ ଜ୍ଞାନ ଦାସ, ଉପଜିଲାପାଳ ନରୋତ୍ତମ ବେହେରା, ଆରଡି ସରପଞ୍ଚ ଅରବିନ୍ଦ ପାଢୀ, ସେବାୟତ ପ୍ରତିନିଧି ଆଶିଷ ପାଢୀ, ଜଳ ନିଷ୍କାସନ ବିଭାଗୀୟ ଅଧିକାରୀଙ୍କ ସହ ଦିଜବର ରାଉତ, ପ୍ରିନ୍ସ ରାକେଶ ନାୟକ, ନରେଶ ମାଝୀ, ଶରତ ସାହୁ, ପ୍ରଫୁଲ ବେହେରା, ସରୋଜ ଦାସ ପ୍ରମୁଖଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିବଗଙ୍ଗା ପୁଷ୍କରିଣୀର ପୁନରୁଉଦ୍ଧାର ନିମନ୍ତେ ଶିଳାନ୍ୟାସ କରିଥିଲେ। ଏପରିକି ଜଳ ନିଷ୍କାସନ ବିଭାଗ ପକ୍ଷରୁ ପୁଷ୍କରିଣୀ କୂଳରେ ପୂଜାର୍ଚ୍ଚନା କରାଯିବା ପରେ କାର୍ଯ୍ୟ ଆରମ୍ଭ ହୋଇଛି। ଭଦ୍ରକ ସ୍ୱତନ୍ତ୍ର ଟାଉନ ପ୍ଲାନିଂ ପକ୍ଷରୁ ପ୍ରସ୍ତୁତ ମାଷ୍ଟରପ୍ଲାନର ପ୍ରଥମ ପ୍ରର୍ଯ୍ୟାୟରେ ଶିବଗଙ୍ଗା ପୁଷ୍କରିଣୀର ପୁନରୁଉଦ୍ଧାର ସହ ସୌନ୍ଦର୍ଯ୍ୟକରଣ, ଲାଇଟ ଏଣ୍ଡ ସାଉଣ୍ଡ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରର୍ଯ୍ୟାୟ କ୍ରମେ ମନ୍ଦିର ବେଢା, ଗର୍ଭଗୃହ ଚଟାଣ ଆଦିର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସ୍ଥାନୀୟ ବିଧାୟକ ଶ୍ରୀ ରାୟ ଓ ଜିଲାପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ସେହିପରି ଏକ ସାଧାରଣ ସଭାରେ ମନ୍ତ୍ରୀ ଶ୍ରୀ ସାମଲ ଯୋଗ ଦେଇ ଆରଡିୀଠର ବିକାଶ ନିମନ୍ତେ ସମସ୍ତ ଯୋଜନାର କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିବା ସହ ଖୁବଶୀଘ୍ର ପୀଠରେ ଥିବା ତିନିତର ଓ ଧାନଖଣିଆ ସେତୁ ନିର୍ମାଣ ହେବ ବୋଲି ପ୍ରକାଶ କରିଥିଲେ। ସ୍ଥାନୀୟ ସରପଞ୍ଚ ତଥା ମନ୍ଦିରର ବରିଷ୍ଠ ସେବାୟତ ଅରବିନ୍ଦ ପାଢୀ ଆରଡି ପୀଠର ବିକାଶ ନିମନ୍ତେ ୮ ସମ୍ବଳିତ ଏକ ମାନପତ୍ର ମନ୍ତ୍ରୀ ଶ୍ରୀ ସାମଲଙ୍କୁ ଦେଇଥିଲେ। ପୀଠକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଅଗଣିତ ଭକ୍ତମାନଙ୍କ ସୁବିଧା ନିମନ୍ତେ ପ୍ରର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟ କରାଯିବ ବୋଲି ଜିଲାପାଳ ଶ୍ରୀ ଦାସ ପ୍ରକାଶ କରିଥିଲେ। ଏହି ଶିଳାନ୍ୟାସ ଓ ଉଦଘାଟନ ସଭାରେ ସ୍ଥାନୀୟ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ଲୋକ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top