ଭଦ୍ରକ ଶାଖାର ଅଭିକର୍ତ୍ତା ସଂଘ ତରଫରୁ ୭୩ତମ ଅଭିକର୍ତ୍ତା ବ୍ୟବସାୟ ସଂରକ୍ଷଣ ଦିବସ ପାଳିତ

ଭଦ୍ରକ, ୨୭ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ  ଶାଖାର ଅଭିକର୍ତ୍ତା  ସଂଘ ତରଫରୁ  ୭୩ ତମ ଅଭିକର୍ତ୍ତା  ବ୍ୟବସାୟ  ସଂରକ୍ଷଣ ଦିବସ  ପାଳିତ ହୋଇଯାଇଛି ।  ଏହି  ଅବସରରେ  ପ୍ରଥମେ  ଶାଖାର   ମୁଖ୍ୟ ପ୍ରବନ୍ଧକ   ବିଷ୍ଣପ୍ରସାଦ  ଦାସଙ୍କୁ   ପୁଷ୍ପଦେଇ ସ୍ୱାଗତ  କରାଯାଇଥିବାବେଳେ  ପରେ ଅଭିକର୍ତ୍ତାମାନଙ୍କୁ  ପୁଷ୍ଟଦେଇ ସ୍ୱାଗତ  କରାଯାଇଥିଲା ।   ଅଭିକର୍ତ୍ତା ମହାସଂଘ    କଟକ ମଣ୍ଡଳର   ମଣ୍ଡଳ  ସଂପାଦକ    ଗୋବର୍ଦ୍ଧନ   ପଣ୍ଡା ଓ ଉପସଭାପତି   ଅମୁଲ୍ୟ   କୁମାର   ରାଉତଙ୍କୁ  ଶାଖା ତରଫରୁ   ସ୍ୱାଗତ  କରାଯାଇଥିଲା ।   ଆଗାମି ଦିନରେ  କେମିତି  ଅଭିକର୍ତ୍ତା ମାନେ   ଗ୍ରାଚୁ୍ୟଈଟି   ୧୦ ଲକ୍ଷ, ଫେମିଲି ଫ୍ଲୋଟେଡ ମେଡିକ୍ଲେମ  ଅତିକମରେ   ୫ଲକ୍ଷ, ଗ୍ରୁପ   ବୀମା  ଅନୁ୍ୟନ  ୩୦ ଲକ୍ଷ ପେନସନ  , ଭବିଷ୍ୟନିଧି ପାଣ୍ଠି  ଗୃହ,  ଋଣ , ଫୁଡ୍ କୁଣ  ସି.ଏଲ.ଆଇ.ଏ. ମାନଙ୍କୁ  ମୋବାଇଲ   ପ୍ରଦାନ ସହିତ କ୍ଲବ   ଲିଲାସେନ   କେମିତି  ଆଗାମି ଦିନରେ   ସୁବିଧା   ମିଳିପାରିବ  ତାହା ଆଲୋଚନା ହୋଇଥିଲା । ଆସନ୍ତା   ଜୁନ୍ ମାସରେ  ହେବାକୁ ଥିବା ସର୍ବଭାରତୀୟ  ଅଭିକର୍ତ୍ତା    ସଂଘର ସାଧାରଣ  ସଭାରେ ଭଦ୍ରକରୁ  ୫୦ ଅଭିକର୍ତ୍ତା   ଯୋଗଦେବେ ବୋଲି ଶାଖାର ସମ୍ପାଦକ ସାଧନ କୁମାର  ଧର ସର୍ବଭାରତୀୟ ସଭାପତି ଦେବୀଶଙ୍କର ଶୁକ୍ଲାଙ୍କୁ ସୂଚନା ଦେଇଥିଲେ । ସଭାରେ ଶାଖା ସଭାପତି ରବି ନାରାୟଣ  ସାହୁ ,ଶାଖା ସଂପାଦକ ସାଧନ କୁମାର ଧର ,କୋଷାଧ୍ୟକ୍ଷ ବିମ୍ବାଧର ସ୍ୱାଇଁ ,ସହ ଶାଖା ସଂପାଦକ ରାମ ଚନ୍ଦ୍ର ଗୁପ୍ତା ,ସଂଜୟ କୁମାର ମିଶ୍ର ,ଆରତି ମହାନ୍ତି ,ହିମାଂଶୁ ଶେଖର ସେଠି,ଦିଲିପ କୁମାର ବେହେରା ,ଜିତୁ ଶର୍ମା,ଶରତ କୁମାର ଭଞ୍ଜ,ଅମୁଲ୍ୟ କୁମାର ପଣ୍ଡା,କରୁଣାକର ସାହୁ,ନାରାୟଣ ବେହେରା,ପ୍ରଶାନ୍ତ କୁମାର ସାହୁ,ସରୋଜ କୁମାର ନାୟକ,ଅକ୍ଷୟ କୁମାର ପତିଙ୍କ ସମେତ ବହୁ ସଂଖ୍ୟାରେ ଅଭିକର୍ତ୍ତା ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *