ଆମ ପର୍ବ ପର୍ବାଣୀ

ଭଦ୍ରକ : ଶକ୍ତିପୀଠରେ ଝାମୁଯାତ୍ରା ଶେଷ ଆଙ୍କୁଡେଶ୍ୱରୀରେ ବୋଦା ବଳି, ମଙ୍ଗଳାଙ୍କ ସୁନାବେଶ ଓ ଉଡା ପର୍ବ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ଅଞ୍ଚଳର ମା’ ଆଙ୍କୁଡେଶ୍ୱରୀ, ମା’ ବୁଢୀ ମଙ୍ଗଳା ଓ ମା’ ଭେଡାନାୟକାଣୀ ପୀଠର ବାର୍ଷିକ ଉତ୍ସବ ଓ ଝାମୁଯାତ୍ରା ଶେଷ ହୋଇଛି। ରାଧାବଲ୍ଲଭପୁର ମା’ ମଙ୍ଗଳାଙ୍କ ସୁନାବେଶ ଓ ଉଡା ପର୍ବ, ଭେଡାନାୟକାଣୀରେ ଯାଗଯଜ୍ଞ ଓ ମା’ ଆଙ୍କୁଡେଶ୍ୱରୀ ପୀଠରେ ବଳି ପ୍ରଥାରେ ବାର୍ଷିକ ଉତ୍ସବ ଶେଷ ହୋଇଛି। ପୀଠଗୁଡିକରେ ଏହି ପୂଜା ପାଇଁ ତିନି ଦିନ ପୂର୍ବରୁ ଭକ୍ତଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା। ପରମ୍ପରା ଅନୁସାରେ ଆଙ୍କୁଡେଶ୍ୱରୀ ବଡି ଭୋରୁ କମିଟି ପକ୍ଷରୁ ମାଆଙ୍କୁ ବରଣ କରି ପୂଜାର୍ଚ୍ଚନା ପରେ ପାଖରେ ଥିବା ସାତ ଭଉଣୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। କାଳିସୀ ରୂପରେ ମାଆଙ୍କ ସାତ ଭଉଣୀ ଆଙ୍କୁଡେଶ୍ୱରୀଙ୍କ ପୀଠରେ ବିରାଜମାନ କରିଥିଲେ। ସନ୍ଧ୍ୟାରେ ପାଟୁଆମାନଙ୍କ ନାଚ ପରେ ବଳିପ୍ରଥା ଆରମ୍ଭ କରାଯାଇଥିଲା। ସୂଚନା ଅନୁସାରେ, ଏଥର ୧୩୬ଟି ବୋଦା ମାନସିକଧାରୀମାନେ ମନ୍ଦିର କମିଟିକୁ ଅର୍ପଣ କରିଥିଲେ। ସେଥି ମଧ୍ୟରୁ କମିଟିର ନିଷ୍ପତ୍ତି ଅନୁଯାୟୀ ୩ଟି ବୋଦାକୁ ବଳି ପକାଯାଇଥିଲା। ଏହି ବଳି ପ୍ରଥାକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସେହିପରି ମା’ ବୁଢୀ ମଙ୍ଗଳାଙ୍କ ପୀଠାରେ ପଣା ସଂକ୍ରାନ୍ତି ଓ ଉଡା ପର୍ବ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଛି। ସଂକ୍ରାନ୍ତି ଦିନ ମାଆଙ୍କ ସ୍ନାନ ପରେ ସୁନା ବେଶରେ ସଜ୍ଜିତ କରାଯାଇଥିଲା। ବର୍ଷକର ଗୋଟିଏ ଦିନ ମାଆଙ୍କ ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସନ୍ଧ୍ୟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ପାଟୁଆ ନାଚ ଓ କାଳିସୀ ନାଚ ପରେ ମଝି ରାତିରେ ବାବା ସିନ୍ଦୁକେଶ୍ୱର ପୀଠାରେ ଫୋଡା ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଫୋଡା ପର୍ବକୁ ଦେଖିବା ପାଇଁ ପ୍ରବଳ ଜନଗହଳି ଲାଗିଥିଲା। ଏହି ପର୍ବ ଶେଷ ହେବା ପରେ ଫୋଡା ପାଟୁଆମାନେ ମା’ଙ୍କ ନିକଟରେ ନିଜକୁ ସମର୍ପଣ କରି ଉଡା ପର୍ବରେ ସାମିଲ ହୋଇଥିଲେ। ଏଥର ୨୬ଜଣ ପାଟୁଆ ଭାଗ ନେଇଥିଲେ। ସେହିପରି ଭେଡା ନାୟକାଣୀ ପୀଠରେ ମାଆଙ୍କ ଏହି ପୂଜା ବେଶ ଧୁମ୍ଧାମରେ ପାଳିତ ହୋଇଛି। କମିଟି ପକ୍ଷରୁ ଯଜ୍ଞ ସହିତ ଭକ୍ତମାନେ ଘୋଡା ବସାଇ ମାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଅନୁରୂପ ଭାବରେ ମା’ ସାତଭଉଣୀ ପୀଠରେ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହେବସହିତ ହନୁମାନଙ୍କ ଜୟନ୍ତୀରେ ୧୦୮ କଳସ ଶୋଭାଯାତ୍ର ଅନୁଷ୍ଠିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top