ଜିଲ୍ଲା ପରିକ୍ରମା

ଭଦ୍ରକ ଲ’ କଲେଜର ବରିଷ୍ଠ କର୍ମଚାରୀ ଶରତଙ୍କ ବିୟୋଗରେ ଶୋକ

ଭଦ୍ରକ, ୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ଆଇନ୍ ମହାବିଦ୍ୟାଳୟର ବରିଷ୍ଠ କର୍ମଚାରୀ ତଥା ଅପର୍ତ୍ତିବିନ୍ଧା (ଏଲଖା) ଅଂଚଳର ଜଣେ ଆଗଧାଡିର ସମାଜସେବୀ ଶରତ ଚନ୍ଦ୍ର ଜେନାଙ୍କର ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ଜେନା ଗତ କିଛିଦିନ ଧରି ଅସୁସ୍ଥ ଥିବାବେଳେ ତାଙ୍କର ୫୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ଖବର ପାଇ ସ୍ଥାନୀୟ କାଉନସିଲର ହେମପ୍ରଭା ଦାସ, ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ, ବିଜେଡିର ୱାର୍ଡ ସଭାପତି ସୁକାନ୍ତ ମହାନ୍ତିଙ୍କ ସମେତ ଆଇନ୍ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଶୋକ ବେହେରା, ଆଇନ୍ଜୀବୀ ତଥା ଅଧ୍ୟାପକ ବନମାଳୀ ଜେନା, ସରୋଜ ସାମଲ, ରଜତ ସ୍ୱାଇଁ, ମନୋରଂଜନ ମହାନ୍ତି, ପଦ୍ମଲୋଚନ ବାରିକ, ପ୍ରମୋଥ ଜେନା, ସୁରେଶ ଚନ୍ଦ୍ର ବଳ, ଆଇନ୍ଜୀବୀ ମଦନ ଜେନା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ମର ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିସହ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ମହାବଦ୍ୟାଳୟର ସଭାପତି ଗୋବିନ୍ଦ ମହାପାତ୍ର, ଅଧ୍ୟକ୍ଷ ପ୍ରସନ୍ନ କୁମାର ରାୟଙ୍କ ପକ୍ଷରୁ ସରୋଜ ଦାସ, ବରିଷ୍ଠ ଅଧ୍ୟାପକ ଅଶୋକ ବେହେରା ଓ ସୁଶାନ୍ତ ମହାପାତ୍ର ପ୍ରମୁଖ ସଂସ୍କାର ନିମନ୍ତେ ତାଙ୍କ ପରିବାରକୁ ୩ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହାପରେ ସ୍ଥାନୀୟ ଗ୍ରାମବାସୀ ଓ ଆଇନ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଆଶିଷ ପ୍ରିୟଦର୍ଶନ ବାରିକ, ଗୌରବ ଗୁପ୍ତା, ନିରୁପମା ରାଉତ, ସ୍ନିଗ୍ଧାରାଣୀ ଜେନା, ସ୍ୱପ୍ନାରାଣୀ ମହାପାତ୍ର ପ୍ରମୁଖ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ନେଇ ସ୍ଥାନୀୟ ଅଂଚଳ ପରିକ୍ରମା ପରେ ତାଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦ୍ୱାରା ମୁଖାଗ୍ନି ଦିଆଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top