ଜିଲ୍ଲା ପରିକ୍ରମା

ଭଦ୍ରକ : ଲୁଟ୍ ଉଦ୍ୟମ ପଣ୍ଡ ଦୁଇ ଦୁର୍ବୃତ୍ତଙ୍କୁ କାବୁ କଲେ ଗ୍ରାମବାସୀ, ଖସିଗଲେ ୫

ଭଦ୍ରକ,୨୦ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ବେତାଳିଗାଁରେ  ଦୁଇ ଦୁର୍ବୃତ୍ତଙ୍କୁ ଲୋକେ କାବୁ କରିଥିବା ବେଳେ ଅନ୍ୟ ୫ଜଣ ଖସିଯିବାରେ ସକ୍ଷମ ହୋଇଛନ୍ତି । ଦୁଇ ଦୁର୍ବୃତ୍ତଙ୍କୁ ଲୋକେ ଉତ୍ତମ ମଧ୍ୟମ ଦେବା ସହ ଗୋଟିଏ ଘରେ ବନ୍ଦ କରି ରଖିଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ପହଞ୍ଚô ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି । ସୂଚନା ଅନୁଯାୟୀ; ଯାଜପୁର ଜିଲାରୁ ବୈତରଣୀ ନଦୀ ଦେଇ ୭ଜଣ ଦୁର୍ବୃତ୍ତ ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ବେତାଳିଗାଁକୁ ସାଇକଲ ଯୋଗେ ଆସୁଥିଲେ । ଗ୍ରାମର ବିଜୟ ମଲ୍ଲିକଙ୍କ ଘର ନିକଟରେ ସେମାନେ ସାଇକଲରୁ ପଡିଯାଇଥିଲେ । ଲୋକେ ଆସି ସେମାନଙ୍କୁ ଉଠାଇଥିଲେ । ସେମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିବା ନେଇ ଲୋକେ ସନେ୍ଦହ କରି ଅଧିକ ପଚରାଉଚରା କରିବାରୁ ୫ଜଣ ଦୁର୍ବୃତ୍ତ ଖସି ପଳାଇଥିଲେ । ତେବେ ଅନ୍ୟ ଦୁଇ ଦୁର୍ବୃର୍ତ୍ତଙ୍କୁ ଲୋକେ କାବୁ କରି ଉତ୍ତମ ମଧ୍ୟମ ଦେଇ ଗୋଟିଏ ଘରେ ବନ୍ଦ କରି ରଖିଥିଲେ । ସେମାନଙ୍କ ନିକଟରୁ ଦୁଇଟି ଶାବଳ, ଭୁଜାଲି, ଆରି, ପ୍ଲାସ, ସ୍କୃଡ୍ରାଇଭର ଜବତ ହୋଇଛି । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଧୂଷୁରୀ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ, ଏସ୍ଆଇ ଧ୍ରୁଷ୍ଟରାଷ୍ଟ୍ର ମଲ୍ଲିକ, ପ୍ରଦୀପ ନାୟକ ପ୍ରମୁଖ ପହଞ୍ଚôô ପରିସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି । ଧରାପଡିଥିବା ଦୁର୍ବୃତ୍ତ ଶିବରାତ୍ରିରେ ସ୍ଥାନୀୟ ମନୋରଞ୍ଜନ ସାହୁଙ୍କ ଘରେ କଟୁରୀ ଲଗାଇ ଲୁଟ କରିବା ଘଟଣା ସହ ଅନ୍ୟ ଦୁଇ ମାମଲାରେ ସଂପୃକ୍ତ ଥିବା ନେଇ ପୁଲିସ ସୂଚନା ଦେଇଛି । ଲୋକଙ୍କୁ ବୁଝାସୁଝା କରି ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top