ad
ଜିଲ୍ଲା ପରିକ୍ରମା

ଭଦ୍ରକ : ଲୀନ ହେବାକୁ ବସିଛି ଅନ୍ଧାରଗୌରୀ ନୟନଯୋରୀ

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟର ଚାଷୀ ସୁବୁବେଳେ ଉପେକ୍ଷିତ ହେଉଛନ୍ତି। ତେତେବେଳେ ରୋଗପୋକ ତ କେଉଁଠି ବନ୍ୟା, ବାତ୍ୟା, ମୁରୁଡି ଓ ଲୁଣାପାଣି କାରଣରୁ ଚାଷୀ ହିଁ କ୍ଷତି ସହି ସର୍ବସ୍ୱ ହରାଉଛି। ଫଳରେ ଋଣଭାର ଚିନ୍ତାରେ ଜୀବନ ହାରୁଛି। ସଂପ୍ରତି ଏହି ଜିଲାର ଚାନ୍ଦବାଲି ବ୍ଳକ ଓରାସାହି ପଞ୍ଚାୟତ ଚାଷୀଙ୍କର ଅସନ୍ତୋଷ ବଢିବାରେ ଲାଗିଛି। ଚାଷ ଓ ଚାଷୀ ପାଇଁ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ବିଭାଗୀୟ ଅଧକାରୀ ଓ ଜନ ପ୍ରତିନିଧିଙ୍କ ଅପାରଗତା ପାଇଁ ଚାଷୀର ବର୍ଷକର ଅମଳ ଉଜୁଡି ଯାଇଛି। ରାଜ ଶାସନ ସମୟରେ ଖୋଳାଯାଇଥିବା ଜୋର ଏବେ ପୋତି ଯାଇ ଏକ ଛୋଟିଆ ନାଳ ପାଲଟି ଯାଇଛି। ତାହା ଆଉ ଚାଷୀଙ୍କ କାମରେ ଆସୁ ନଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଓରାସାହି ପଞ୍ଚାୟତ ବେନ୍ତାଳପୁର ରାଜସ୍ୱ ଗ୍ରାମରେ ବୈତରଣୀ ନଦୀର କନିକା ରାଜାଙ୍କ ସମୟରେ ଚାଷୀଙ୍କ ପାଇଁ ଖୋଳା ଯାଇଥିଲା। ଏହି ଅନ୍ଧାରଗୌରୀ ନାଳରେ ଲୋକେ ସରୁଖୁରୁରେ ଚାଷ କାର୍ଯ୍ୟ କରୁଥିଲେ। ମରୁଡି ହେଲେ ଲେକେ ଜୋରର ଜୁଆର ପାଣିରେ ଚାଷକୁ ବଞ୍ଚାଇ ପାରୁଥିଲେ। ସେହିପରି ଅତ୍ୟଧିକ ବର୍ଷାହେଲେ ମଧ୍ୟ ଜଳ ନିଷ୍କାସନ ହୋଇପାରୁଥିଲା। ଏବେ ଏହି ନାଳ ପୋତି ଯାଇଥିବାରୁ ଶହ ଶହ ହେକ୍ଟର ଚାଷଜମି ଏବେ ଦୀର୍ଘ କିଛିବର୍ଷ ହେବ ଚାଷ ହୋଇ ନପାରି ପଡିଆ ପଡୁଛି। ଏହି ନାଳକୁ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନିକଟରେ ସମସ୍ୟା ସଂପର୍କରେ ବହୁବାର ଦାବି ଉଠାଇଛନ୍ତି। ହେଲେ ଏହି ନାଳକୁ ନେଇ ଜଳସଂପଦ ଓ ଡ୍ରେନେଜ ବିଭାଗ ମଧ୍ୟରେ ଠେଲାପେଲା ଲାଗିଛି। ବାସ୍ତବରେ ଏହି ଜୋର କେଉଁ ବିଭାଗ ଅଧୀନରେ ଯାଉଛି, ସେ ସଂପର୍କରେ ଗ୍ରାମବାସୀ ଜାଣିପାରୁନାହାନ୍ତି। ସବୁପରେ ଗ୍ରାମବାସୀଙ୍କ ସମସ୍ୟାକୁ ବିଚାର କରି ଜିଲା ପ୍ରଶାସନ ତୁରନ୍ତ ଏହି ଜୋରକୁ ପୁନରୁଦ୍ଧାର କରି ସେଥିରେ ସ୍ଲୁଇସ ଗେଟ ନିର୍ମାଣ କରିବାକୁ ଦାବି ହୋଇଛି। ଏନେଇ ଜଳସଂପଦ ବିଭାଗର କନିଷ୍ଠ ଯନ୍ତ୍ରୀ ହରିହର ମହାନ୍ତିଙ୍କ ସହ ସହଯୋଗ କରିବାରୁ ସେ ନାଳକୁ ବିଭାଗ ପକ୍ଷରୁ ଆକଳନ କରି ଖୁବଶୀଘ୍ର ସେହି ନାଳର ପନରୁଦ୍ଧାର କରାଯିବ ବୋଲି କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top