ଭଦ୍ରକ : ରେଡକ୍ରସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଭଦ୍ରକ,୨ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବୟାଙ୍ଗଡିହିସ୍ଥିତ ନୂଆହାଟ ମେଲଣ ପଡିଆରେ ରେଡକ୍ରସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର  ଯୋଗଦେଇ ରେଡକ୍ରସର ପ୍ରତିଷ୍ଠାତା ଜନ୍ ହେନେରୀ ଡୁନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିର ଉଦ୍ଘାଟନ କରିଥଲେ । ସମ୍ମାନିତ ଅତିଥି ଜିଲା ମୁଖ୍ୟ ଚିକିତ୍ସ ।ଧିକାରୀ ଡ. ମହମ୍ମଦ ଅବଦୁଲ ରସିଦ୍, ରେଡକ୍ରସ ଶାଖାର ସଂପାଦିକା ଜୟଶ୍ରୀ ସେନାପତି ଏବଂ କୋଠାର ବରିଷ୍ଠ ନାଗରିକ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ । ଜିଲା ରେଡକ୍ରସ ଶାଖାର ଯୁଗ୍ମ ସଂପାଦିକା ବିଶ୍ୱଜିତା ବିଶ୍ୱାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶିବିରଟି ପରିଚାଳନା ହୋଇଥିଲା । ରେଡକ୍ରସ କାର୍ଯ୍ୟକାରୀ ସମିତିର ସଦସ୍ୟ ହାଜି ଶେଖ ସମିଉଲ୍ଲା, ଆଜୀବନ ସଦସ୍ୟ ମିର ଅବଦୁଲ ଦୟାନ୍, ରବି ପୋଥାଳ, ଶେଖ ଜହିରୁଦ୍ଦିନ, ରଞ୍ଜୁଲତା ଗାହାଣ, ଅଫିଫା ଖାତୁନ, ମନୋଜ ଦାସ, ଦିଲରୁବା ଖାତୁନ୍, ରବିନାରାୟଣ ପଣ୍ଡା ଫାର୍ମାସିଷ୍ଟ, ଭଗବାନ ପଣ୍ଡା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ବିଭିନ୍ନ ଡାକ୍ତରଖାନାର ବିଭିନ୍ନ ବିଭାଗର ୧୫ ଅଭିଜ୍ଞ ଡାକ୍ତର, ଷ୍ଟାଫନର୍ସ ଏବଂ ରେଡକ୍ରସ ରକ୍ତ ଭଣ୍ଡାର କର୍ମଚାରୀ ୧୨୫୦ ରୋଗୀଙ୍କ ମାଗଣା ଚିକିତ୍ସ । କରି ଔଷଧ ବଣ୍ଟନ କରାଯାଇଥିଲା । ୧୭୦ ଛାତ୍ରଛାତ୍ରୀଙ୍କ ରକ୍ତ ଗ୍ରୁପ୍ ଚିହ୍ନଟ କରାଯାଇଥିବାବେଳେ ୫୪ ଜଣଙ୍କ ଡାଇବେଟିସ୍ ଇତ୍ୟାଦି ରକ୍ତ ପରୀକ୍ଷା କରାଯାଇଥିଲା । ୧୭ ଜଣ ରକ୍ତଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଜିଲା ରେଡକ୍ରସର ଯୁଗ୍ମ ସଂପାଦିକା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *