ad
ଜିଲ୍ଲା ପରିକ୍ରମା

ଭଦ୍ରକ : ରାସ୍ତା ପାଲଟିଛି ଶଶିକାଦେଇପୁରର ଦୁଃଖ

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ଧାମରା ଅଞ୍ଚଳର ଶଶିକାଦେଇପୁର ଗାଁ ସଂପ୍ରତି ଏକ ଅପହଞ୍ଚ ଇଲାକା ଭାବେ ପଡି ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ଅଧିକାର ପାଇବାକୁ ସ୍ଥାନୀୟ ଅଞ୍ଚଳବାସୀ ସଂଘର୍ଷ କରୁଛନ୍ତି। ରାଜ୍ୟ ସରକାର ସମସ୍ତ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି ବୋଲି କହୁଥିବା ବେଳେ ଏହି ଅଞ୍ଚଳବାସୀଙ୍କ ପାଇଁ ସେବା ନାହିଁ ନାହିଁରେ ଚାଲିଛି। କରଞ୍ଜମାଳ ପଞ୍ଚାୟତ ମଧ୍ୟରେ ଥିବା ଶଶିକାଦେଇପୁରର ଜନସଂଖ୍ୟା ୨ ହଜାର। ଏହି ଗ୍ରାମଟି ୩ଟି ଓାର୍ଡ ବିଶିଷ୍ଟ। ଧାମରାବାସୁଦେବପୁର ରାସ୍ତାର ରମା ଛକଠାରୁ ୨ କିମି ଦୂରରେ ଅବସ୍ଥିତି ଶଶିକାଦେଇପୁର ଗ୍ରାମକୁ ଗୋଟିଏ ସବୁଦିନିଆ ରାସ୍ତା ସାତ ସପନ ପାଲଟିଛି। ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି। ଏଠାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୨ ଶହରୁ ଅଧିକ। ମାତ୍ର ୫ଟି ଶ୍ରେଣୀ ପାଇଁ ଅଛନ୍ତି ୨ ଜଣ ଶିକ୍ଷକ। ଗାଁରେ ଏମଇ ସ୍କୁଲ ନଥିବାରୁ ବହୁ ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷା ପରେ ପାଠରେ ଡୋରି ବାନ୍ଧି ଦିଅନ୍ତି। କିଛି ମଧ୍ୟବିତ୍ତ ପରିବାରର ପିଲା ଗ୍ରାମଠାରୁ ୨ କିମି ଦୂର ନିଗମାନନ୍ଦ ବିଦ୍ୟାଳୟକୁ ଯାଆନ୍ତି। ମାତ୍ର ଭଲ ରାସ୍ତାଟିଏ ନଥିବାରୁ ସେହି ସ୍କୁଲକୁ ବର୍ଷାଦିନେ ଛାତ୍ରଛାତ୍ରୀ ଯାଇପାରନ୍ତି ନାହିଁ। ଗ୍ରାମରେ ବିଦ୍ୟୁତ ଅବ୍ୟବସ୍ଥା ସାଙ୍ଗକୁ ଯାତାୟତ ସମସ୍ୟା ଦିନକୁ ଦିନ ସଙ୍ଗୀନ ହୋଇପଡୁଛି। ଏଥିପ୍ରତି ଅଞ୍ଚଳବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇ କେବଳ ପ୍ରତିଶ୍ରୁତି ପାଇଛନ୍ତି। ଅନ୍ୟପକ୍ଷରେ ଗାଁକୁ ଯାଇଥିବା ୨ କିମି ରାସ୍ତା ୨୦୦୮ ମସିହାରେ ନିର୍ମାଣ ଆରମ୍ଭ ହୋଇ ୨୦୧୫ରେ ସରିଥିଲା। ମାତ୍ର ସେତେବେଳକୁ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ରାସ୍ତା ମରାମତି ଦରକାର ପଡିଲାଣି। ଏହି ରାସ୍ତା ପାଇଁ ଚାନ୍ଦବାଲି ବ୍ଲକରୁ ଅର୍ଥ ମିଳୁ ନଥିବାରୁ ସରପଞ୍ଚ କିଛି କିଛି ଅନୁଦାନ ଦେଇ ଏହି ରାସ୍ତା ନିର୍ମାଣ କରୁଛନ୍ତି। ଚଳିତବର୍ଷ ଏହି ରାସ୍ତାରେ ଆମ୍ବୁଲାନ୍ସ ଯାଇପାରି ନଥିବାରୁ ଏକ ସର୍ପାଘାତ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଶଶିକାଦେଇପୁର ଗ୍ରାମର ଏହି ମୁଖ୍ୟ ରାସ୍ତା ହୋଇଥିବାରୁ ଏହାର ତୁରନ୍ତ ନିର୍ମାଣ ଦାବି ହେଉଛି। ଏନେଇ କରଞ୍ଚମାଳର ପୂର୍ବତନ ସରପଞ୍ଚ ରମେଶ ନାୟକ କୁହନ୍ତି ବ୍ଲକ ଏକକାଳୀନ ଅଧିକ ଆର୍ଥିକ ଅନୁଦାନ ଦେଲେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇପାରନ୍ତା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top