ଜିଲ୍ଲା ପରିକ୍ରମା

ଭଦ୍ରକ : ରାସ୍ତା କାମକୁ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ବିନା ସୂଚନା ଫଳକରେ ଚାଲିଛି ନିମ୍ନମାନର କାମ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାଂଶଡା-ଗାରଡପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଗୋଟିଏ ପଟେ ଅଞ୍ଚଳବାସୀ ରାସ୍ତା କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ କେବଳ ଠିକାଦାରଙ୍କ ସପକ୍ଷରେ ମତ ରଖୁଥିବା ଜଣାଯାଇଛି। ନିର୍ମାଣାଧୀନ ଏହି ରାସ୍ତା ସଂପର୍କିତ କୌଣସି ସୂଚନା ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ୯ କିମି ରାସ୍ତା କାର୍ଯ୍ୟ ପାଇଁ ଚାନ୍ଦବାଲି ଗ୍ରାମ୍ୟଉନ୍ନୟନ ବିଭାଗ କାହାକୁ କେତେବେଳେ କାର୍ଯ୍ୟାଦେଶ ଦେଲେ ତାହା ଅଞ୍ଚଳବାସୀ ଜାଣିବାକୁ ଚାହିଁଛନ୍ତି। ଏହି କାର୍ଯ୍ୟାଦେଶ ମଧ୍ୟରେ କେତେବେଳେ ଠିକାଦାର ଏହି ରାସ୍ତା ଓସାରିଆ ହେଉଛି କହି ବିଲ କରି ନେଉଛି ତ ପୁଣି କେତେବେଳେ ଏହି ରାସ୍ତା ମରାମତି ସହ ପିଚୁ ହେବା ପାଇଁ କାର୍ଯ୍ୟାଦେଶ ପାଇଛି ବୋଲି ଅଞ୍ଚଳବାସୀଙ୍କୁ କହି ଭକୁଆ ବନାଉଛନ୍ତି। ତେବେ ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବା ସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏହି ରାସ୍ତାର ୨୫୦ ମିଟର ପାଇଁ ୫ ଲକ୍ଷ ଟଙ୍କା ଖର୍ଚ ହେବା କଥା କହୁଥିବା ବେଳେ ନିମ୍ନମାନର ଅଭିଯୋଗକୁ ଏଡାଇ ଯାଇଥିଲେ। ଏହି ରାସ୍ତା ପାଇଁ ବିଭାଗ କାହିଁକି ସୂଚନା ଫଳକ ଲଗାଇବା ପାଇଁ ଆଦେଶ ଦେଇ ନାହିଁ ବୋଲି ପଚାରିବାରୁ ସେ ପ୍ରାଥମିକ ଭାବରେ କେଉଁ ରାସ୍ତା ହେଉଛି ତାହା ତାଙ୍କର ଜ୍ଞାତରେ ନାହିଁ ବୋଲି କହିଥିଲେ। ଏହି ସମସ୍ତ ପ୍ରଶ୍ନ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ଏସଡିଓଙ୍କୁ ପଚାରିବାରୁ ସେ ଏହି ରାସ୍ତା କେତେ ଟଙ୍କାର ହେଉଛି ଏବଂ କିଏ କରୁଛି ସେ ସମସ୍ତ କଥା କାଗଜପତ୍ର ଦେଖିବା ପରେ କହିବେ ବୋଲି କହିଥିଲେ। ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରା ଯୋଗୁଁ ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି କେତେକ ଗ୍ରାମବାସୀ କହିଛନ୍ତି। ଆଗାମୀ ଦିନରେ ବିଭାଗର କାଳକ୍ଷେପଣ ନୀତି ବିରୋଧରେ ସେମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାଯାଇଛି। ଜିଲାପାଳ ତୁରନ୍ତ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ସହ ଠିକ ଭାବରେ ରାସ୍ତାର ମରାମତି କରିବାକୁ ବୈଷ୍ନବ ଚରଣ ମହାନ୍ତି, କୁମୁଦ ଚରଣ ଘଡେଇ, କାଳନ୍ଦୀ ରାଉତ, ଜଗନ୍ନାଥ ମୁଦୁଲୀ, ମଦନ ଧନୀ, କୁମୁଦ ମୁଦୁଲୀ, ବଂଶୀଧର ସାହୁ ପ୍ରମୁଖ ଅଭିଯୋଗ ଆଣିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top