ଜିଲ୍ଲା ପରିକ୍ରମା

ଭଦ୍ରକ : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ବିଜେପି ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଘର ଚାବି ହଜିବା ଓ ଅସୁରକ୍ଷିତ ଭଣ୍ଡାର ଘର ସମ୍ପତି ଏବଂ ଏହାକୁ ହଡପ କରିବା ଷଡଯନ୍ତ୍ର ସମ୍ପର୍କରେ ଓଡିଆଙ୍କ ଭାବାବେଗ ସହିତ ଜଡିତ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରି ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ବାଇକ୍ର୍ୟାଲି, ଗଣଧାରଣା, ବିକ୍ଷୋଭ ସଭା ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଦଳୀୟକର୍ମୀ ଓ ଜଗନ୍ନାଥପ୍ରେମୀ ମାନେ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ୱଳନ କରି ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲେ। ସେଠାରେ ଶ୍ରୀ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଭଦ୍ରକ ବିଧାନସଭା କ୍ଷେତ୍ରର ଦଳୀୟ ନେତା ଡାକ୍ତର ପ୍ରଦିପ ନାୟକ, ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ଜିଲ୍ଳା ମହିଳାମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ପ୍ରମୁଖ ତାଙ୍କ ବକ୍ତବ୍ୟରେ ଏହି ଘଟଣା ପାଇଁ ନବୀନ ସରକାରକୁ ଦାୟୀ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଶରତ ପଢିଆରୀ, ଅମ୍ବିକା ପ୍ରସନ୍ନ ଦାସ, ବିଦ୍ୟାଧର ସାହୁ, ତପନ ମହାନ୍ତି, କୋଷାଧ୍ୟକ୍ଷ ପ୍ରଦିପ୍ତ ବିଶ୍ୱାଳ, ପ୍ରଶାନ୍ତ ନାୟକ, ବନମାଳୀ ଜେନା, ରଞ୍ଜନ ସ୍ୱାଇଁ, ଆଦିକନ୍ଦ ନାୟକ, ଉତ୍ତମ ପାତ୍ର, ନାରାୟଣ ସେନାପତି, ପ୍ରଭାକର ସାମଲ, ସପନ ଦାସ, ସୁମିତ୍ରା ପାଣି, ନବନୀତା ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top