ଓଡ଼ିଶା

ଭଦ୍ରକ : ରଙ୍ଗ ଖେଳକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ, ଟେକା ପଥର ମାଡ; ୫ରୁ ଊର୍ଦ୍ଧ୍ୱ ଆହତ

ଭଦ୍ରକ, ୪ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ ଅଧୀନ ବାତୋଳ ଗାଁରେ ରଙ୍ଗଖେଳ ସମୟରେ ପାଇଜାମା ଫିଙ୍ଗାକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟଙ୍କ ୩ଜଣ ଆହତ ହୋଇଥିଲେ। ଏନେଇ ଆରଡି ଫାଣ୍ଡିରେ ସଧ୍ୟାରାଣୀ ରାୟଙ୍କ ଏତଲା କ୍ରମେ ଦୁଃଖିଆ ମହାଳିକ, ପିତବାସ ଦାସ, ଅଭୟ ମହାଳିକଙ୍କ ସହ ୧୨/୧୩ଜଣଙ୍କ ନାମ ରହିଥିବା ବେଳେ ପାର୍ବତୀ ମହାଳିକଙ୍କ ଏତଲା କ୍ରମେ ନିରୋଦ ରାୟ, ଅଜୟ ରାୟଙ୍କ ସହ ୭/୮ଜଣଙ୍କ ନାମରେ ଏତଲା ଦିଆଯାଇଛି। ଉଭୟଙ୍କ ପକ୍ଷରୁ ପୁଲିସ ନିକଟରେ ଅଭିଯୋଗ ହେବା ପରେ ଆରଡି ଫାଣ୍ଡି ଓ ଧୁଷୁରୀ ଥାନା ପକ୍ଷରୁ ପୁଲିସ ଗାଁରେ ପହଁଚି ଗଣ୍ଡଗୋଳକୁ ଆୟତ କରିବା ସହ ଉଭୟଙ୍କ ବୟାନ ନେବା ସହ ଗଣ୍ଡଗୋଳ ନ ଲାଗିବାକୁ ପୁଲିସ ଉଭୟଙ୍କୁ ପରାମର୍ଶ ଦେଇଥିଲା। ହେଲେ ଗାଁରେ ଚାପା ଉତ୍ତେଜନା ଲାଗି ରହଥିବା ବେଳେ ପୁନର୍ବାର ଟେକା ପଥର ମାଡ ହେବା ଫଳରେ ଉଭୟଙ୍କ ପକ୍ଷରୁ ୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ; ହୋଲି ଉତ୍ସବରେ ଗାଁର ଗୋଟିଏ ସାହିର କିଛି ଯୁବକ ରଙ୍ଗଖେଳିବା ସହ ମାଇକ ବଜାଇ ପ୍ରସେସନ କରି ଗାଁ ବୁଲୁଥିବା ସମୟରେ କିଛି ଯୁବକ ବିଦ୍ୟୁତ ତାରକୁ ପାଇଜାମା ଫିଙ୍ଗି ଥିଲେ। ଅନ୍ୟ ସାହିର କିଛି ମୁରବି ଏହାକୁ ବିରୋଧ କରିବା ସହ ସାହି ମୁରବିଙ୍କ ଦୃଷ୍ଟିକୁ ଆଣିବାରୁ ଯୁବକମାନେ ଉତ୍ୟକ୍ତ ହୋଇ ପାଟିତୁଣ୍ଡ କରିଥିଲେ। ଉଭୟଙ୍କ ପକ୍ଷରୁ କିଛି ସମୟ ଧରି ପାଟିତୁଣ୍ଡ ହେବା ସହ ଗଣ୍ଡଗୋଳର ରୂପ ନେଇଥିଲା। ଏପରିକି ଟେକାପଥର ମାଡ ସହ ପେଲାଠେଲା ଲାଗିଥିଲେ ଉଭୟ ସାହିର ଲୋକେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top