ଜିଲ୍ଲା ପରିକ୍ରମା

ଭଦ୍ରକ ଯୁବ ପ୍ରଗତିର ସେବା ସମୀକ୍ଷା ବୈଠକ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଶେଷ ହୋଇଛି କାଳୀପୂଜା ମହୋତ୍ସବ । ଏହି ମହୋତ୍ସବରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଏହି ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା, ପ୍ରାଥମିକ ଚିକିତ୍ସା ସେବା, ମାଗଣା ପାନୀୟ ଜଳ ଯୋଗାଣ, ସୂଚନା କେନ୍ଦ୍ର ଭଳି ଏକ ଜରୁରୀ ସେବା ଯୋଗାଇଥିବା ‘ଭଦ୍ରକ ଯୁବ ପ୍ରଗତି’ ସଂଗଠନର ବିଗତ ୯ ଦିନର କାର୍ଯ୍ୟାବଳୀକୁ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସଂଗଠନର ମୂଖ୍ୟ ତଥା ଭଦ୍ରକ ବିଜେପି ନେତା ତୁଷାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ସେବା କେନ୍ଦ୍ରକୁ ରଘୁନାଥ ସାହୁ, ଶ୍ରବଣ ପତି, ଲକ୍ଷ୍ମୀଧର ରାଉତ, ଅଲେଖ ଦାସ, ବିନୟ ସାହୁ ପରିଚାଳନା କରିଥିଲେ । ମେଳାରେ କେନ୍ଦ୍ର ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଆବଶ୍ୟକ ସେବା ଯୋଗାଇ ଦିଆ ଯାଇଥିଲା । ନିୟମିତ ୨୪ ଘଣ୍ଟିଆ ସେବା କେନ୍ଦ୍ରରେ ଦିଲିପ କୁମାର ଦାସ, ଦୀପକ ଦାସ, ଡୃଷିକେଶ ମହାନ୍ତି, ତପନ ନାୟକ, ସୁରେଶ ସେଠୀ, ଗୋପାଳ ଗୁପ୍ତା, ହିମାଂଶୁ ବାରିକ, ରାଜେନ୍ଦ୍ର ପତି, ରଜତ ପଣ୍ଡା, ବିରଞ୍ଚି ସେଠୀ, ଦୀପକ ବେହେରାଙ୍କ ଭଳି ସଦସ୍ୟ ମାନେ ବହୁ କଠିନ ପରିଶ୍ରମ କରି ସେବା ଯୋଗାଇଥିବାରୁ ଶ୍ରୀ ଜେନା ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ସମୟ ମଧ୍ୟରେ ୪୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ପାନୀୟ ଜଳ ପାଉଚ ଯୋଗାଇ ଦିଆ ଯାଇଥିଲା । ୨୬୦ଜଣଙ୍କୁ ଆଶୁ ଚିକିତ୍ସା କରାଯାଇଥିଲା । ମେଳାରେ ହଜି ଯାଇଥିବା ୮ଟି ପିଲାଙ୍କୁ ସଂଗଠନର ସଦସ୍ୟମାନେ ଉଦ୍ଧାର କରିବା ସହିତ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । ଭଦ୍ରକ ଯୁବ ପ୍ରଗତି ଚଳିତ ବର୍ଷ ନୂଆ ଆତ୍ମ ପ୍ରକାଶ କରିଛି । ଏହାର କଳେବରକୁ ବୃଦ୍ଧି କରିବା ସହିତ ଆଗାମୀ ଦିନରେ ସମାଜର ଉନ୍ନତି ତଥା ଯୁବକମାନଙ୍କ ପାଇଁ ବହୁ ଯୋଜନା ହାତକୁ ନିଆଯିବ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ସଂଗଠନ ଏଭଳି କାର୍ଯ୍ୟକୁ ବହୁ ବୁଦ୍ଧିଜୀବୀ ପ୍ରଶଂସା ମଧ୍ୟ କରିଛନ୍ତି । ଶେଷରେ ସଂଗଠନର ହ୍ୱାଟ୍ସଅପ୍ ଆଡ୍ମିନ ଓମ୍ପ୍ରକାଶ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top