ଭଦ୍ରକ : ଯାତ୍ରୀଙ୍କ ଜୀବନ ସହ ଚାଲିଛି ଖେଳ – ବିପଦପୂଣ୍ଣ ର୍ଭାବେ ହେଉଛନ୍ତି ନଦୀପାର, ପ୍ରତିବନ୍ଧକ ସାଜିଛି ୩ ନଦୀ, ୬ ଫେରିଘାଟ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ବ୍ଲକରେ ଯାତ୍ରୀଙ୍କ ଜୀବନ ସହ ଚାଲିଛି ଖେଳ, ପ୍ରତିଦିନ ୬ଟି ଫେରୀଘାଟରେ ଶହ ଶହ ଯାତ୍ରୀ ଜୀବନ ସହ ବାଜି ଲଗାଇ ବିପଦପୂଣ୍ଣ ର୍ ଭାବରେ ନୌକପାର ହେଉଛନ୍ତି। ଏହା କେବଳ ଦିନେ ନୁହେଁ କି ବର୍ଷେ ନୁହେଁ; ସ୍ୱାଧୀନତାର ୭୦ ବର୍ଷ ବତିଯାଇଥିଲେ ମଧ୍ୟ ଚାନ୍ଦବାଲି ବ୍ଲକରେ ଗମନାଗମନ କ୍ଷେତ୍ରରେ ଭୌଗୋଳିକ ସ୍ଥତି ବଦଳିାରିଲା ନାହିଁ। ଚାନ୍ଦବାଲି ବ୍ଲକରେ ଗମନାଗମନରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ୩ଟି ନଦୀ ଓ ୬ଟି ଫେରୀଘାଟ। ଚାନ୍ଦବାଲି ମନ୍ତେଇ ନଦୀ ଉପରେ ବାଂଶଡା, ଚୌଧୁରୀ, ବାଲିଆପାଳ, ପଞ୍ଚୁଟିକିରି ଫେରୀଘାଟ ଥିବାବେଳେ ବୈତରଣୀ ନଦୀର ତିନିତର ଫେରୀଘାଟ ସହ ସାଳନ୍ଦି ନଦୀର ଧାନଖଣିଆ ଫେରୀଘାଟରେ ପ୍ରତିଦିନ ହଜାର ହଜାର ଯାତ୍ରୀ ନଦୀପାର ହେଉଛନ୍ତି। ଧାମରା ଆଦାନୀପୋର୍ଟ ପାଇଁ ଓ ଶୈବପୀଠ ଆରଡି  ପାଇଁ ଚୌଧୁରୀ ଓ ତିନତର ଫେରୀଘାଟରେ ଅତ୍ୟଧିକ ଭିଡି ପାଇଁ ବିପଦପୂଣ୍ଣ ର୍ଭାବେ ନଦୀ ପାର ହେଉଛନ୍ତି ଯାତ୍ରୀ। ଏହି ତିନଟି ନଦୀରେ ଏବେ  ମାଳମାଳ କୁମ୍ଭୀର, ଫେରୀଘାଟମାନଙ୍କରେ ନିଲାମଧାରୀ ମନଇଚ୍ଛା ବୋଟରେ ଗାଡି ମୋଟର ଲୋଡ୍ କରି ଅସୁରକ୍ଷତି ଭାବରେ ଯାତ୍ରୀ ପରିବହନ କରୁଛନ୍ତି। ସେପଟେ ପ୍ରଶାସନ ପକ୍ଷରୁ ଲୋକଙ୍କର ଧନଜୀବନ ସୁରକ୍ଷା ପାଇଁ କୋଣସି ଫେରୀଘାଟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉନାହିଁ। ଏପଟେ ଫେରିଘାଟମାନଙ୍କରେ ଯେ କୌଣସି ମୁହୂର୍ତ୍ତରେ ବୋଟ ବୁଡି ହେବା ସହ ଶତାଧିକ ଲୋକଙ୍କର ପ୍ରାଣହାନୀ ନ ହେବ ତାହ କହିବ କିଏ। ସବୁପରେ ବାରମ୍ବାର ରାଜ୍ୟ ସରକାରଙ୍କ ପକ୍ଷରୁ ନଦୀମାନଙ୍କର ପୋଲ ନିର୍ମାଣ ପାଇଁ ଶିଳାନ୍ୟାଷ ଓ ଭୂମିପୂଜା ଦେଖି ଚାନ୍ଦବାଲିବାସୀ ଅତିଷ୍ଠ ହୋଇପଡିଛନ୍ତି। କେବଳ ନିର୍ବାଚନ ସମୟରେ ଫେରୀଘାଟମାନଙ୍କର ଦିଆଯାଇଥାଏ ଶୁଭ। ଏମତି ୬ଟି ଫେରୀଘାଟରେ ୧୬ଥର ଶୁଭ ଦିଆଯାଇସାରିଛି। ହେଲେ ପୋଲ ହେବ ତ’ ଦୂରର କଥା ସମସ୍ତ ଫେରୀଘାଟକୁ ନା ଭଲ ରାସ୍ତାଟିଏ ରହିଛି ନା ଫେରୀଘାଟ ପାଇଁ ଭଲ ଜେଠି ଟିଏ ନିର୍ମାଣ ହୋଇପାରିଲା। ଏ ସଂପର୍କରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏଙ୍କୁ ପଚାରିବାରୁ ସେ କହିଥିଲେ; ମନ୍ତେଇ ନଦୀର ବାଂଶଡା ପୋଲ ନିର୍ମାଣର ହେବାର କିଛିଦିନ ପରେ କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା ଇନଲାଣ୍ଡ ୱାଟର ନାମକ ଏକ ସଂସ୍ଥା ଏହା ଉପରେ ପ୍ରତିବନ୍ଧକ ଲଗାଇଛି। ତେଣୁ ପୋଲ କାର୍ଯ୍ୟ ଆଗେଇ ପାରୁନାହିଁ। ଏଥିସହ ଅନ୍ୟ ପୋଲର ଟେଣ୍ଡର ସରିଛି ଖୁବ ଶୀଘ୍ର ପୋଲ କାର୍ଯ୍ୟ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *