ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଦି୍ୱଦିବସୀୟ ଏହି ଜିଲାର ଭଣ୍ଡାରିପୋଖରୀ ମୁନ୍ସି ମେଳଣ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍ୟାପିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଜିଲା ଆରକ୍ଷୀ ଅଧିକ୍ଷକ ଅନୁପ ସାହୁ, ପଞ୍ଚାୟତ ସମିତି ଅଧକ୍ଷା ମଞ୍ଜୁଶ୍ରୀ ବେହେରା, ପ୍ରାକ୍ତନ ପଞ୍ଚାୟତ ସମିତି ଅଧକ୍ଷ ସୁଧାକର ନନ୍ଦ, ଉପଖଣ୍ଡ ପୁଲିସ ଅଧିକାରୀ ମନୋରଞ୍ଜନ ସାମଲ, ମୁନ୍ସି ମେଳଣ କମିଟି ଅଧକ୍ଷ ଶିକ୍ଷାବିତ୍ ଲକ୍ଷ୍ମୀଧର ନାୟକ, ସମାଜସେବୀ ତଥା ବିଜେପି ଜିଲା ସଭାପତି ବଦ୍ରି ନାରାୟଣ ଧଳ, ସମାଜସେବୀ ସୁବ୍ରତ ଦାସ, ସମାଜସେବୀ ରଜନୀ କାନ୍ତ ଚନ୍ଦ, ପଞ୍ଚାୟତ ସମିତି ଶିକ୍ଷା ସଂସ୍କୃତି ସ୍ଥାୟୀ କମିଟିର ଅଧକ୍ଷା ସବିତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଆମ ପୁଲିସର ବରିଷ୍ଟ କର୍ମକର୍ତ୍ତା ତଥା ଅଧ୍ୟାପକ ଭରତ ଚନ୍ଦ୍ର କରଣ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଭାପତିତ୍ୱ କରିଥିଲେ କମିଟି ଅଧକ୍ଷ ଶ୍ରୀ ନାୟକ। ଥାନା ଅଧିକାରୀ ତ୍ରିଲୋଚନ ସେଠୀ ଉତ୍ସବର ଉଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ। ସମାଜସେବୀ ଶ୍ରୀ ଚନ୍ଦ ଧନ୍ୟବାଦ ଦେଇଥିଲେ। ପରେ ପରେ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ଶ୍ରୀମାନ କବିଙ୍କ କଣ୍ଠରେ ସଂଗୀତ ପରିବେଶଣ ଉପସ୍ଥିତ ୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ମଧ୍ୟ ରାତିରେ ଥାନା ପରିସରରକୁ ଆସିଥିବା ୩୫ ଦୋଳ ବିମାନକୁ ସ୍ୱାଗତ କରିଥିଲେ ଥାନା ଅଧିକାରୀ ସସ୍ତ୍ରୀକ ସ୍ମିତିରେଖା ଓ ତ୍ରିଲୋଚନ ସେଠୀ। ଭୋରରୁ ଠାକୁର ବିମାନଗୁଡିକୁ ବିଦାୟ ଦିଆଯାଇ ମେଳଣ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା। ଥାନାର ସମସ୍ତ କର୍ମଚାରୀ ଓ ମେଳଣ କମିଟିର କର୍ମକର୍ତ୍ତା ମେଳଣ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଲିଭାଇଥିଲେ।
