ଜିଲ୍ଲା ପରିକ୍ରମା

ଭଦ୍ରକ ମୁଖ୍ୟ ଚିକିତ୍ସାଳୟ : ରୋଗୀସେବା ବିପର୍ଯ୍ୟସ୍ତ

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସବୁଠି ସରକାରୀ ଚିକିତ୍ସାଳୟରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ସରକାର ଡେଙ୍ଗୁରା ପିଟୁଥିବାବେଳେ ଭଦ୍ରକ ମେଡିକାଲରେ ଏସବୁର ବ୍ୟତିକ୍ରମ ଦେଖାଦେଇଛି। ରୋଗୀଙ୍କୁ ସେବା ଯୋଗାଇ ଦେବା ଆଳରେ ଲାଞ୍ଚ ନିଆଯାଉଛି ବୋଲି କିଛି ରୋଗୀଙ୍କର ସଂପର୍କୀୟ ଅଭିଯୋଗ ଉଠାଇଛନ୍ତି। ପ୍ରକାଶ ଥାଉକି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ର ମତୋ ମଉସୁଧା ଗ୍ରାମର ସତ୍ୟରଂଜନ ତ୍ରିପାଠୀଙ୍କର ୧୦ ବର୍ଷର ପୁଅ ମୌମ୍ୟଜିତଙ୍କର ହାତ ଭାଂଗି ଯାଇଥିଲା। ସେ ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଭଦ୍ରକ ମେଡିକାଲର ଟ୍ରମା ୟୁନିଟର ବେଡ୍ ନମ୍ବର ୧୮୦ ରେ ସେ ଚିକିତ୍ସିତ ଥିବାବେଳେ ତାଙ୍କର ହାତରେ ପ୍ଲାଷ୍ଟରିଂ ବେଳେ ମେଡିକାଲର କର୍ମଚାରୀ ଦୁଇ ଶହ ଟଙ୍କା ନେଇଥିବା ତାଙ୍କ ବାପା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ସେହିପରି ଭଦ୍ରକ ମେଡିକାଲର ଟ୍ରମା ୟୁନିଟ୍ର ବେଡ୍ ନମ୍ବର ୧୭୯ ରେ ଚିକିତ୍ସତ ଥିବା ବାଂଶଡା ଥାନା ଅନ୍ତର୍ଗତ ପଂଚୁଟିକ୍ରୀ ଗ୍ରାମର ସନାତନ ବାରିକଙ୍କର ୭ ବର୍ଷର ପୁଅ ସୁବାଷଙ୍କ ଭଂଗା ହାତର ପ୍ଲାଷ୍ଟରିଂ ବେଳେ ଦୁଇଶହ ଟଙ୍କା କର୍ମଚାରୀମାନେ ନେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ତେବେ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ଥିବାବେଳେ ଟଙ୍କା ନେବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଘଟଣା ସଂପର୍କରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। କେବଳ ରୋଗୀ ସେବା ଏଭଳି ଘଟଣା ଘଟୁଛି, ତା ନୁହେଁ, ଭଦ୍ରକ ମେଡିକାଲରେ ଥିବା ଲିଫ୍ଟ ଗତ କିଛିଦିନ ହେଲା ଅଚଳ ହୋଇପଡିଥିବାବେଳେ ରୋଗୀମାନେ ବହୁ କଷ୍ଟରେ ଉପର ମହଲାକୁ ଚଢି ଚଢି ଯାଉଛନ୍ତି। ଅନେକ ରୋଗୀ ଏକ ପାହାଚ ଚଢିବାକୁ ଅକ୍ଷମ ଥିଲେ ମଧ୍ୟ ପରିସ୍ଥିତି ଦୃଷ୍ଟିରୁ ପାହାଚ ଚଢି ହାଲିଆ ହେବାକୁ ପଡୁଛି। ରୋଗୀମାନଙ୍କୁ ଲିଫଟରେ ଯିବା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ଲିଫଟ ବ୍ୟବସ୍ଥା ଅଚଳ ହୋଇପଡିଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ନଦେବା ପରିତାପର ବିଷୟ ହୋଇଛି। ରୋଗୀଙ୍କ ସେବା ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସୁଥିବାବେଳେ ଭଦ୍ରକ ମେଡିକାଲରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top