ଭଦ୍ରକ : ମିଳୁନି ଯୋଗାଣ ସାମଗ୍ରୀ, ରିଟେଲର୍ ପଏଣ୍ଟରେ ଖାଉଟିଙ୍କ ପ୍ରତିବାଦ

ଭଦ୍ରକ, ୧୮ା୯ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟିଙ୍କୁ ମିଳୁଛି ମାସିକିଆ ଯୋଗଣ ସାମଗ୍ରୀ । ଆଉ ଏହାର ସୁଷମ ବଣ୍ଟନ ପାଇଁ ରିଟେଲର୍ ନିଯୁକ୍ତି କରାଯାଇଛି । ଖାଉଟି ଯେପରି ନିୟମିତ ଓ ଠିକ୍ ଭାବେ ସାମଗ୍ରୀ ପାଇ ପାରିବ ତା’ର ତଦାରଖ ପାଇଁ ଯୋଗାଣ ନିରୀକ୍ଷକ ନିୟୋଜିତ ରହିଛନ୍ତି । ତଥାପି ମାସ ଅଧେ ନୁହେଁ ଦୀର୍ଘ ତିନିମାସ ଧରି ଖାଉଟିଙ୍କୁ ଯୋଗାଣ ସାମଗ୍ରୀ ମିଳୁନି । ମାସିକ ସାମଗ୍ରୀ ନିୟମିତଭାବେ ଉଠୁଥିଲେ ମଧ୍ୟ ଖାଉଟିଙ୍କ ପାଖରେ ପହଞ୍ଚôପାରୁ ନାହିଁ । ବାରମ୍ବାର ଫେରୁଥିବା ହିତାଧିକାରୀ ଶନିବାର ପ୍ରତିବାଦର ସ୍ୱର ଉଠାଇଛନ୍ତି । ରିଟେଲର ପଏଣ୍ଟରେ ପ୍ରତିବାଦ କରିବା ସହ ବିଡିଓଙ୍କ ଠାରେ ଫେରାଦ ହୋଇଛନ୍ତି । ଆଉ ଏହି ଯୋଗାଣ ସାମଗ୍ରୀ ପାଇବାରୁ ବଞ୍ଚôତ ହୋଇଛନ୍ତି, ଏହି ଜିଲାର ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତ ୧୪ନମ୍ବର ୱାର୍ଡର ହିତାଧିକାରୀ । ହିତାଧିକାରୀଙ୍କ ପାଇଁ ଯୋଗାଣ ସାମଗ୍ରୀ ବାଣ୍ଟିବା ଦାୟିତ୍ୱ ନେଇଛନ୍ତି ରିଟେଲର୍ ବିମଳ ମଲ୍ଲିକ । ହେଲେ ଆଜକୁ ତିନିମାସ ହେବ ଚାଉଳ, ଗହମ ବାଣ୍ଟି ନ ଥିବା ଖାଉଟିମାନେ ଅଭିଯୋଗ କରିଛନ୍ତି । ସାମଗ୍ରୀ ପାଇଁ ରିଟେଲର୍ ପଏଣ୍ଟକୁ ଗଲେ ଆଜି ଆସ, କାଲି ଆସ କହି ଫେରାଇ ଦେଉଛନ୍ତି । ବାରମ୍ବାର ଫେରୁଥିବା ହିତାଧିକାରୀ ଯୋଗାଣ ନିରୀକ୍ଷକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ ମଧ୍ୟ କିଛି ଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ରିଟେଲର୍ ଶ୍ରୀ ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, କିଛି ଚାଉଳ ମୂଷା ଖାଇ ଯାଇଥିଲେ । ତା’ସହିତ ଗହମ ଉଠାଇପାରି ନ ଥିବାରୁ ଏହି ଚାଉଳ ବାଣ୍ଟିବାରେ ମୋର ବିଳମ୍ବ ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି, ତିନିମାସର ଚାଉଳ କଣ ମୂଷା ଖାଇଗଲେ । ରିଟେଲର୍ଙ୍କ ଏହି ମତାମତ ଯେତିକି ହାସ୍ୟାସ୍ପଦ ସେତିକି ସନେ୍ଦହଜନକ । ଖାଉଟିଙ୍କ ଏହି ଅଭିଯୋଗ ସଂପର୍କରେ ଯୋଗାଣ ନିରୀକ୍ଷକ ଅଶୋକ ବେହେରା କହିଛନ୍ତି, ଖବର ପାଇଛି; ମୁଁ ବାହାର ପଞ୍ଚାୟତରେ ଅଛି, ପରେ କଥା ହେବି । ଅନ୍ୟପକ୍ଷରେ ଅଭିଯୋଗ ଆସିଛି, ତଦନ୍ତ କରାଯିବ ଓ ସତ୍ୟତା ଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ବୀରକିଶୋର ପାଣିଗ୍ରାହୀ କହିଛନ୍ତି ।

Leave a Reply

Your email address will not be published. Required fields are marked *