ଜିଲ୍ଲା ପରିକ୍ରମା

ଭଦ୍ରକ ମହିଳା ମହାବିଦ୍ୟାଳୟରେ ବିବେକାନନ୍ଦ ଜୟନ୍ତୀ ପାଳିତ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମହିଳା ମହାବିଦ୍ୟାଳୟ ଠାରେ ଅଖିଳ ଭାରତ ବିଦ୍ୟାର୍ଥô ପରିଷଦ ତରଫରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିଷ୍ଟାଣ୍ଡ କଲେକ୍ଟର ସୌମ୍ୟଶ୍ରୀ ପାଣିଗ୍ରାହୀ ଯୋଗ ଦେଇ ଛାତ୍ରୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଉପରେ ମତ ପ୍ରକାଶ କରିଥିଲେ। ଏ.ବି.ଭି.ପିର ନଗର ଉପସଭାପତି ରଶ୍ମୀ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଛାତ୍ରୀନେତ୍ରୀ ଶୁଭ୍ରା ସ୍ୱରୁପା, ଶୁଭସନ୍ଧ୍ୟା ରାଉତ, ଅନିତା ପରିଡ଼ା, ଜ୍ୟୋତି ଜେନା, ସସ୍ମିତା ଦାସଙ୍କ ସମେତ ସମସ୍ତ ଛାତ୍ରୀମାନେ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top