ଭଦ୍ରକ : ମହିଳା ଓ ଶିଶୁ ବିକାଶ କମିଶନରଙ୍କ ବନ୍ତ ଗସ୍ତ ପରିଦର୍ଶନ କଲେ ଛତୁଆ କାରଖାନା ଓ ବିଦ୍ୟୁତ୍ ସବ୍-ଷ୍ଟେସନ

ଭଦ୍ରକ, ୪ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାଜ୍ୟ ମହିଳା ଓ ଶିଶୁ ବିକାଶ କମିସନର ତଥା ସଚିବ ଚିତ୍ତ୍ରା ଅରୁମୁଗମ୍ ଏହି ଜିଲାର ବନ୍ତ ବ୍ଲକ ପରିଦର୍ଶନରେ ଆସିଥିଲେ। ତାଙ୍କ ସହିତ ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାଶ, ଉପଜିଲାପାଳ ନରୋତ୍ତମ ବେହେରା, ପିଡି ଦିଲ୍ଲୀପ କୁମାର ସାହୁ, ଡିଏସ ଡବ୍ୟୁଓ ଆଶାଲତା ମହାନ୍ତି ଉପସ୍ଥିତ ଥିଲେ। ପ୍ରଥମେ ଆଳମଙ୍ଗାସ୍ଥିତ ମା’ ମନ୍ତ୍ର ବାସୁଳୀ ସ୍ୱୟଂ ସହାୟକ ଗୋଷ୍ଠୀର ଛତୁଆ କାରଖାନାକୁ ପରିଦର୍ଶନ କରିବା ସହିତ ଛତୁଆର ମାନ ଓ ଓଜନ ସଂପର୍କରେ ଅନୁଧ୍ୟାନ କରିଥିଲେ। ସେଠାରେ ସିଡପିଓ ସୌଦାମିନୀ ଦାସ, ମାମନ୍ତ୍ର ବାସୁଳୀ ସ୍ୱୟଂସହାୟକ ଗୋଷ୍ଠୀର ସଭାନେତ୍ରୀ ଅନୁସୂୟା ଲେଙ୍କା, ସଂପାଦିକା ତୁଳସୀ ଜେନା, ହିସାବରକ୍ଷକ ବନଜା ମିଶ୍ର, ପରି·ଳକ ସନାତନ ଜେନା ପ୍ରମୁଖଙ୍କ ସହିତ କାରଖାନାର ଭିତ୍ତିଭୂମି କିରି ବିକାଶ ହୋଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ। ପରେ ନିଳୋକଠାରେ ନିର୍ମାଣାଧୀନ ୩୩/୧୧କେଭି ବିଦ୍ୟୁତ୍ ସବ୍-ଷ୍ଟେସନର କାର୍ଯ୍ୟ ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିଥିଲେ। ବିଶେଷକରି ଆରଓଡବ୍ଲ୍ୟୁ ଇସୁ୍ୟ ଉପରେ ଆଲୋଚନା କରାଯିବା ସହ ସବ୍-ଷ୍ଟେସନର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବା ସଂପର୍କରେ ଆଲୋଚନା ହୋଇଥିଲା। ସବ୍ଷ୍ଟେସନ ର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ୯୦ ଭାଗ ଶେଷ ହୋଇଥିବା ନେଇ ସଂପୃକ୍ତ ଠିକାଦାର ସଂସ୍ଥା ପକ୍ଷରୁ ଅବଗତ କରାଯାଇଥିଲା। ଭିତର ପିଏସ୍ଏସ୍ କାର୍ଯ୍ୟ ଶେଷ ହୋଇଯାଇଥିବା ବେଳେ ଆରଓଡବ୍ଲ୍ୟୁ ଇସୁ୍ୟ ପାଇଁ ୩୩ କେ.ଭି ଲାଇନ କାର୍ଯ୍ୟ ବାକି ଥିବା ଆଲୋଚନାରୁ ଜଣାଯାଇଥିଲା। ଖୁବ୍ ଶୀଘ୍ର ସବ୍ଷ୍ଟେସନ ର ନିର୍ମାଣ କାର୍ଯ୍ୟକୁ ସଂପୂର୍ଣ୍ଣର୍ କରି କାର୍ଯ୍ୟକ୍ଷମ କରିବାକୁ କମିସନର ନିର୍ଦେଶ ଦେଇଛନ୍ତି। ଆଲୋଚନାରେ ନେସ୍କୋ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ଦାଶ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସେକ୍ ଅବଦୁଲ୍ ମୋବିନ୍, ୱାପ୍କସ୍ ଏକ୍ସପୋର୍ଟ ଜିସି ନାୟକ, ଇଲେକ୍ଟ୍ରିକାଲ ଇଞ୍ଜିନିୟର ଆଦିତ୍ୟ ବେହେରା, ସିଆର୍ଇ ଏସ୍କେ ରାଉତରାୟ, ଗୁପ୍ତା ପାୱାର ଇନ୍ଫ୍ରାଷ୍ଟ୍ରକଚର ଲିଃ.ର ପ୍ରକଳ୍ପ ସଂଯୋଜକ ବିବି ପଟ୍ଟନାୟକ, ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ବଳ, କ୍ଷେତ୍ରୀୟ ଯନ୍ତ୍ରୀ ଆଶୁତୋଷ ନାୟକ, ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *