ଜିଲ୍ଲା ପରିକ୍ରମା

ଭଦ୍ରକ ମହାବିଦ୍ୟାଳୟ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇବା ଆଶା ଉଜ୍ୱଳ, ପୁରାତନ ଛାତ୍ର ସଂସଦ ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପାଇଁ ଯୋଗ୍ୟ । ଏହି ମହାବିଦ୍ୟାଳୟରେ ଏଥିଲାଗି ସମସ୍ତ ଆବଶ୍ୟକୀୟ ଭିତ୍ତିଭୂମି ରହିଛି । ପୁଣି ନାକ୍ କମିଟି ଦ୍ୱାରା ଏହି ମହାବିଦ୍ୟାଳୟ ‘ଏ’ ଗ୍ରେଡ୍ର ମାନ୍ୟତା ପାଇଛି । ଛାତ୍ରଛାତ୍ରୀ ସଂଖ୍ୟା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଭଦ୍ରକ ମହାବିଦ୍ୟାଳୟ ବିଶ୍ୱ ବିଦ୍ୟାଳୟ ପାଇଁ ଯୋଗ୍ୟ । ଏ କ୍ଷେତ୍ରରେ ରାଜ୍ୟ ସରକାର ସମସ୍ତ ସହଯୋଗ କରିବେ ବୋଲି ଆଜି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଏଠାରେ ପ୍ରକାଶ କରିଛନ୍ତି । ଯାହା ଫଳରେ ବିଶ୍ୱବିଦ୍ୟାଳୟ ପାଇଁ ହେଉଥିବା ଦାବି ପୂରଣ କ୍ଷେତ୍ରରେ ଆଶା ଉଜ୍ୱଳ ହୋଇଛି । ଭଦ୍ରକ ଗସ୍ତରେ ଆସିଥିବା ମନ୍ତ୍ରୀ ଶ୍ରୀ ଦାସଙ୍କୁ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ସଭାପତି ଶିକ୍ଷାବିତ ଦେବେନ୍ଦ୍ର ରାଉତ, ସଂପାଦକ ଅଜୟ ନାୟକ, ପୂର୍ବତନ ସଭାପତି ଡା. ଦୁର୍ଯେ୍ୟାଧନ ଦାସ, ଅମରେଶ ବିଶ୍ୱାଳ, ସଂଗ୍ରାମ କେଶରୀ ମହାନ୍ତି, ବୈଲୋଚନ ବେହୁରିଆ, ଛାତ୍ରନେତା ତଥାଗତ ସାମଲ ପ୍ରମୁଖ ଭେଟି ଏକ ଦାବିପତ୍ର ପ୍ରଦାନ କରି ଏ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ । ଓଡିଶାର ବରପୁତ୍ର ତଥା ଭଦ୍ରକ ମାଟିର ସୁଯୋଗ୍ୟ ଦାୟାଦ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଏହି ମହାବିଦ୍ୟାଳୟକୁ ଦିନେ ବିଶ୍ୱ ବିଦ୍ୟାଳୟ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ସାକାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସାମଲ ଯୁକ୍ତି କରିଥିଲେ । ଭଦ୍ରକ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଅବହେଳିତ ହୋଇ ରହିଛି । ଏ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଭଦ୍ରକ ଭଳି ତ୍ୟାଗଭୂମିର ମାଟିକୁ ଭାରତ ବର୍ଷର ଶିକ୍ଷା ଜଗତରେ ଏକ ନୂଆ ପରିଚୟ ଆଣିବା ଜରୁରୀ ବୋଲି ବିଧାୟକ  ଯୁଗଳ କିଶୋର ପଟ୍ଟନାୟକ ଯୁକ୍ତି କରିଥିଲେ । ମନ୍ତ୍ରୀ ଶ୍ରୀ ଦାସ ଏ ଦିଗରେ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନେବା ସହିତ ଖୁବଶୀଘ୍ର ଏହା ସମ୍ଭବ ହେବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ଏହି ଅବସରରେ ତିହିଡି ବ୍ଲକ ଅଧ୍ୟକ୍ଷା ବିଦୁ୍ୟତ୍ପ୍ରଭା ନାୟକ, ଜିଲ୍ଲା ପରିଷଦ ସଭ୍ୟ ବିବେକାନନ୍ଦ ଦିକ୍ଷିତ ଓ ପ୍ରଶାନ୍ତ ଦାସ, ସମାଜସେବୀ ରଘୁନାଥ ପଣ୍ଡା, ଯୁବ ବିଜେଡି ଜିଲ୍ଳା ସଭାପତି ଦୁର୍ଗା ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top