ଭଦ୍ରକ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ, ୧୬ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରିଣୀ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇ ବାର୍ଷିକ ଅଧିବେଶନକୁ ମାର୍ଚ୍ଚ ୧୮ ତାରିଖ ପରିବର୍ତ୍ତେ ଏପି୍ରଲ ୮ ତାରିଖରେ ହେବାକୁ ସ୍ଥିର ହୋଇଅଛି । ମହାବିଦ୍ୟାଳୟ ସ୍ତରୀୟ ପରୀକ୍ଷା ଚାଲୁଥିବାରୁ ମାର୍ଚ୍ଚ ୧୮ ତାରିଖରେ ଏହି ବାର୍ଷିକ ଅଧିବେଶନ ହେବାରେ କେତେକ ସମ୍ଭାବ୍ୟ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏପି୍ରଲ ୮ ତାରିଖର ଅଧିବେଶନରେ ନୂତନ କର୍ମକର୍ତ୍ତା ନିର୍ବାଚନ ହେବ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାକୁ ସ୍ଥିର କରାଯାଇଅଛି । ପର୍ବାହ୍ନ ୯ ଘଟିକାରେ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନେଇ ନୂତନ କାର୍ଯ୍ୟପନ୍ଥା ଉପରେ ସାଧାରଣ ଅଧିବେଶନର ମତାମତ ଗ୍ରହଣ ହେବାର କାର୍ଯ୍ୟକ୍ରମ ଥିବାରୁ ଏଥିରେ ବହୁସଂଖ୍ୟାରେ ପୁରାତନ ଛାତ୍ରମାନେ ଯୋଗଦେବାକୁ ସାଧାରଣ ସଂପାଦକ ପର୍ଶୁରାମ ଦ୍ୱିବେଦୀ ଅନୁରୋଧ କରିଛନ୍ତି । ଇତିମଧ୍ୟରେ ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ପୁରାତନ ଛାତ୍ର ସଂସଦର ସଭାଗୃହ ନିର୍ମାଣ ନିମନ୍ତେ ମୋଟ ୧୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ସାଧାରଣ ସଂପାଦକ ତାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ଓ ଶୀଘ୍ର ଏହା ସଂପୂର୍ଣ୍ଣ ହେବା ନିମନ୍ତେ ଚେଷ୍ଟା ଚାଲିଥିବାର  ସାଧାରଣ ସଂପାଦକ ଜଣାଇଅଛନ୍ତି । ସାଧାରଣ ଅଧିବେଶନରେ ସ୍ଥାନୀୟ ସାଂସଦ, ବିଧାୟକଙ୍କ ସହ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ କଟକର ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେବାର କାର୍ଯ୍ୟକ୍ରମ ରହିଅଛି ।

Leave a Reply

Your email address will not be published. Required fields are marked *