ଜିଲ୍ଲା ପରିକ୍ରମା

ଭଦ୍ରକ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷାରେ ଛାତ୍ରୀଙ୍କ ବାଜିମାତ୍ କମ୍ପ୍ୟୁଟର ସାଇନ୍ସ ଛାତ୍ରୀ ଏସ୍.ଆର. ସୌମ୍ୟା ସମାପିକା କଲେଜ ଟପ୍ପର

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ସ୍ନାତ୍ତକ ପରୀକ୍ଷାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ କମ୍ପ୍ୟୁଟର ସାଇନସ୍ର ଛାତ୍ରୀ ଏସ୍.ଆର. ସୌମ୍ୟା ସମାପିକା ସର୍ବାଧିକ ୧୨୮୧ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ପୂର୍ଣ୍ଣଚନ୍ଦ୍ର ନାୟକ ଆନୁଷ୍ଠାନିକ ଭାବେ ପରୀକ୍ଷାଫଳ ଘୋଷଣା କରିବା ସହ ଛାତ୍ରଛାତ୍ରୀଙ୍କ କୃତୀତ୍ୱ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ। ସୂଚନା ଅନୁଯାୟୀ ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ସ୍ନାତ୍ତକ ବିଭାଗରେ ମୋଟ୍ ୯୧୮ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ କଳାରେ ୩୪୧, ବାଣିଜ୍ୟରେ ୨୯୦ ଓ ବିଜ୍ଞାନରେ ୨୮୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ କଳାରେ ୩୦୪ ଜଣ ପାଶ୍ କରିଥିବାବେଳେ ବାଣିଜ୍ୟରେ ୨୫୧ ଜଣ ଓ ବିଜ୍ଞାନରେ ୨୩୪ ଜଣ କୃତକାର୍ଯ୍ୟ ହୋଇଥିବାର ଜଣାପଡିଛି। କଳା ଅର୍ଥନୀତି ବିଭାଗରେ ଶ୍ରଦ୍ଧାଞ୍ଜଳି ପତି, ଶିକ୍ଷାରେ ରଶ୍ମିତା ପଣ୍ଡା, ଇଂରାଜୀରେ ପ୍ରିୟଙ୍କା ପଣ୍ଡା, ହିନ୍ଦୀରେ ଜାନକୀ ପାଲ, ଇତିହାସରେ ରାମଚନ୍ଦ୍ର ଜେନା, ଗୃହ ବିଜ୍ଞାନରେ ସାଜେଦା ଖାତୁନ, , ଓଡ଼ିଆରେ ଗୀତାଞ୍ଜଳି ଜେନା, ଦର୍ଶନ ଶାସ୍ତ୍ରରେ ଅନିତାରାଣୀ ଦାସ, ରାଜନୀତି ବିଜ୍ଞାନରେ ଜ୍ୟୋତିପ୍ରଜ୍ଞା ବାରିକ, ମନସ୍ତତ୍ତ୍ୱରେ ଶାଶ୍ୱତୀ ସଂଘମିତ୍ରା ଲେଙ୍କା, ସଂସ୍କୃତରେ ସ୍ୱାଗତିକା ପତି, ସମାଜ ବିଜ୍ଞାନରେ ଶୁଭଶ୍ରୀ ସର୍ବାଣୀ ଦାସ, ଉର୍ଦ୍ଧୁରେ ଫରଜାନା ବେଗମ୍ ପ୍ରମୁଖ ଟପ୍ପର ହୋଇଛନ୍ତି। ସେହିପରି ବିଜ୍ଞାନର ଉଦ୍ଭିଦ ବିଜ୍ଞାନରେ ଅର୍ପିତା ମଲ୍ଲିକ, ରସାୟନ ବିଜ୍ଞାନରେ ଶୁଭମ୍ ମଲ୍ଲିକ, ଗଣିତ (ଏସ୍) ରେ ରଂଜନ କୁମାର ଧନୀ, ପଦାର୍ଥ ବିଜ୍ଞାନରେ ଶ୍ୱେତାଲିନା ସାହୁ, ପ୍ରାଣୀ ବିଜ୍ଞାନରେ ସତ୍ୟଶ୍ରୀ ଦାସ, କମ୍ପ୍ୟୁଟର ସାଇନ୍ସରେ ଏସ୍.ଆର. ସୌମ୍ୟା ସମାପିକା ଶ୍ରେଷ୍ଠ ସ୍ନାତ୍ତକ ହୋଇଛନ୍ତି। ଅନୁରୂପ ବାଣିଜ୍ୟରେ କ୍ରିଷ୍ଣା କୁମାର ଖୁସ୍ୱାହା ଶ୍ରେଷ୍ଠ ସ୍ନାତ୍ତକ ହୋଇଛନ୍ତି। ମୋଟ୍ ଉପରେ ୮୬.୨୩% କୃତକାର୍ଯ୍ୟ ହୋଇଛନ୍ତି। କଳାରେ ୯୦.୬୧%, ବିଜ୍ଞାନରେ ୮୧.୫୩% ଓ ବାଣିଜ୍ୟରେ ୮୬.୫୫ ପ୍ରତିଶତ ପାସ୍ହାର ହୋଇଛି। ଗତବର୍ଷ ଭଳି ଏଥର ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କ ଠାରୁ ଆଗରେ ରହିଛନ୍ତି। ବିଶେଷକରି କଳାରେ ଏକମାତ୍ର ଛାତ୍ରକୁ ଛାଡିଦେଲେ ଅନ୍ୟ ସବୁ ଛାତ୍ରୀମାନେ ନିଜ ନିଜର ଶ୍ରେଷ୍ଠତ୍ୱ ବଜାୟ ରଖିଛନ୍ତି। ଆଜି ପରୀକ୍ଷାଫଳ ଘୋଷଣା ସମୟରେ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଡ. ପ୍ରଶାନ୍ତ କୁମାର ଦାଶ, ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଦୁର୍ଗାଶଙ୍କର ଦାସ, ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ପ୍ରଫେସର ଲକ୍ଷ୍ମୀକାନ୍ତ ନାୟକ, ବିଭାଗୀୟ ମୁଖ୍ୟ ପ୍ରଫେସର ସୁରେଶ ଚନ୍ଦ୍ର ରାଉତ, ମନସ୍ତତ୍ତ୍ୱ ବିଜ୍ଞାନ ମୁଖ୍ୟ ପ୍ରଫେସର ଧୀରେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ମହାବିଦ୍ୟାଳୟରେ ଅଧିକାଂଶ ବିଭାଗରେ ବହୁ ଅଧ୍ୟାପକ, ଅଧ୍ୟାପିକା ପଦବୀ ଫାଙ୍କା ଥାଇ ଛାତ୍ରଛାତ୍ରୀମାନଙ୍କର ଏ ପ୍ରକାର ଫଳାଫଳରେ ଅଧ୍ୟକ୍ଷ ପ୍ରଫେସର ଡ. ପୂର୍ଣ୍ଣଚନ୍ଦ୍ର ନାୟକ ନିଜର ସନ୍ତୋଷ ଜାହିର କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top