ଭଦ୍ରକ : ମନୋରମା ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ

ଭଦ୍ରକ, ୨୮ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକ୍ ବିଲଣାଠାରେ ମନୋରମା ବାଳିକା ବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ ଓ ସ୍ମୃତି ସଂସଦର ଚତୁର୍ଥ ବାର୍ଷିକ ଶ୍ରାଦେ୍ଧାତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଉତ୍ତମ ନାଗରିକ ଗଠନରେ ମାଆର ଭୂମିକା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସାହିତ୍ୟିକ ପି. ହୃଷୀକେଶଙ୍କ ସଞ୍ଚାଳନରେ ଶ୍ରୀମା ଅରବିନ୍ଦ ଦର୍ଶନର ସ୍ୱାଧୀ ସୁଶ୍ରୀ ଉର୍ମିଳା ରାଉତ, ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, ଭକ୍ତହରି ରଥ, ଇଂ ମଦନମୋହନ ଦାସ ଯୋଗଦେଇ ବିଷୟବସ୍ତୁ ଉପରେ ଦୀକ୍ଷାନ୍ତ ଆଲୋଚନା କରିଥିଲେ। ‘ତ୍ୟାଗଭୂମି’ ପତ୍ରିକାର ସଂପାଦକ ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସ୍ମୃତି ଉତ୍ସ ବରେ ମୁଖ୍ୟଅତିଥି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବରେଣ୍ୟ ଅତିଥି ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ମୁଖ୍ୟବକ୍ତା ‘ଅମୃତ ଦର୍ଶନ’ର ସଂପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ତିହିଡି ଲେଖକ ସାମ୍ମୁଖ୍ୟ ସଭାପତି ଭଗବାନଚନ୍ଦ୍ର ନାୟକ ଯୋଗଦେଇଥିଲେ। ଏହି ଅବସରରେ ଲାଲମୋହନ ନାୟକ ସ୍ମୃତି ସମ୍ମାନ- ୨୦୧୮ରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ହୃଦାନନ୍ଦ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଥିଲା। ସଙ୍ଗଠନ ସଂପାଦକ ଚୈତନ୍ୟ ମୁଦୁଲୀ ମାନପତ୍ର ପାଠ କରିଥିଲେ। ପ୍ରାରମ୍ଭରେ ଆବାହକ ତଥା ‘ତ୍ୟାଗଭୂମି’ର ସଭାପତି ଅଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ହରେକୃଷ୍ଣ ନାୟକ, ସୁଧାକର ରାଉତ, ନୀଳମାଧବ ସେନାପତି, କୈଳାସ ବେହେରା, ବିଭୂତି ସେନାପତି, ବିଶ୍ୱମୈତ୍ରୀ ନାୟକ, କବି ଆଶୁତୋଷ କରଣ, ଭାରତୀ ମିଶ୍ର ତଥା ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ, ଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ। ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଦ୍ୟୁତ୍ଲତା ନାୟକ ଶେଷସ୍ପର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *