ଭଦ୍ରକ : ମକର ମେଳା ପାଇଁ ମା’ବଉଳାଶୁଣୀଙ୍କ ପୀଠ ଚଳଚଞ୍ଚଳ

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପବିତ୍ର ମକର ମେଳା ଉପଲକ୍ଷେ ଏହି ଜିଲାର ବନ୍ତ ବ୍ଲକର ପ୍ରସିଦ୍ଧ ଠାକୁରାଣୀ ମା’ ବଉଳାଶୁଣୀଙ୍କ ପୀଠ ଏବେ ଚଳ ଚଞ୍ଚଳ ହୋଇ ଉଠିଛି। ଦୀର୍ଘ ବର୍ଷ ଧରି ଏହି ପୀଠରେ ମକର ସଂକ୍ରାନ୍ତୀ ଉପଲକ୍ଷେ ମକର ମେଳା ଅନୁଷ୍ଠିତ ହୋଇ ଆସୁଛି। ୧୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ହଜାର ହଜାର ଲୋକ ସମାଗମ ହେବେ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ନିଳୋକ ଗ୍ରାମର ଦକ୍ଷିଣ ଦିଗରେ ତଥା ୫ ନମ୍ବର ଜାତୀୟ ରାଜପଥ ସଂଯୁକ୍ତ ବନ୍ତ-ବାରିକପୁର ରାସ୍ତାର ବାମ ପାଶ୍ୱର୍ରେ ମା’ବଉଳାଶୁଣୀ ଦେବୀଙ୍କ ପୀଠ ଅବସ୍ଥିତ। ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତୀ ଦିନ ଆଖପାଖ ପ୍ରାୟ ୨୦ଟି ଗ୍ରାମର ଲୋକମାନେ ଏଠାରେ ଅନୁଷ୍ଠିତ ମକରମେଳାରେ ରୁଢିଭୂତ ହୋଇଥାନ୍ତି। ୧୨ ଦିନ ଧରି ଏଠାରେ ମେଳା ବସିଥାଏ। ଚଳିତ ବର୍ଷ ମକର ମେଳା ପୂଜା କମିଟି ସଭାପତି ସୂର୍ଯ୍ୟ ନାରାୟଣ ପଣ୍ଡା ଓ ସଂପାଦକ କିଶୋର କୁମାର ବେହେରାଙ୍କ କହିବା ଅନୁଯାୟୀ ମକରମେଳା ୧୨ ଦିନ ଧରି ଚାଲିବ ବୋଲି ସମସ୍ତ ବନ୍ଦୋବସ୍ତ କରାଯାଇଛି। ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ସହ ୨୨ ତାରିଖ ଠାରୁ ଦର୍ଶକ ଙ୍କ ପାଇଁ ଯାତ୍ରା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି। ମାଆ ବଉଳାଶୁଣୀଙ୍କ ପୀଠରେ ଉନ୍ନୟନ ବାବଦରେ କେତେକ ପଦକ୍ଷେପ ନିଆଯାଇଥିବା ବେଳେ ଆହୁରି ଅନେକ ବ୍ୟବସ୍ଥାର ଆବଶ୍ୟକତା ରହିଛି। ୧୯୯୫ ମସିହାରେ ତକ୍ରାଳୀନ ପୂଜା କମିଟିର ସଭାପତି ନିରାକର ପଣ୍ଡା ଓ ସଂପାଦକ ହରି ନାରାୟଣ ମହାନ୍ତି, କମିଟି ସଭ୍ୟ ନାରାୟଣ ଦ୍ୱିବେଦୀ, ଜଳଧର ଜେନା, ବସନ୍ତ ମିଶ୍ର, ନୃସିଂହ ଚରଣ ଦାଶ, ନିରଂଜନ ବିଶ୍ୱାଳ, ମନ ରଂଜନ ବିଶ୍ୱାଳ, ବୁଦ୍ଧିରାମ ଜେନା, ମନ ରଂଜନ ଜେନାଙ୍କ ଉଦ୍ୟମ କ୍ରମେ ସେତେବେଳର ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରାଙ୍କ ଆର୍ଥିକ ସହାୟତାରେ ମାଆଙ୍କ ପୀଠରେ ଆଦ୍ୟ ମଣ୍ଡପ ନିର୍ମାଣ କରାଯାଇଥିଲା। ତାପରେ ଯଜ୍ଞ ମଣ୍ଡପ ନିର୍ମାଣ ପାଇଁ ତକ୍ରାଳୀନ ବିଧାୟକ ରଥ କୁମାର ଦାସ ଅନୁଦାନ ପ୍ରଦାନ କରିଥିଲେ। କିନ୍ତୁ ଏବେ ମାଆଙ୍କ ଆଦ୍ୟ ମଣ୍ଡପକୁ ସ୍ଥାୟୀ ମନ୍ଦିରରେ ପରିଣତ କରିବା ସହ ଏକ ରୋଷେଇ ଶାଳ ନିର୍ମାଣର ଆବଶ୍ୟକତା ରହିଛି। ଏପରିସ୍ଥଳେ ଜିଲ୍ଲା ପ୍ରଶାସନ ତଥା ସାଂସଦ ଓ ସ୍ଥାନୀୟ ବିଧାୟକଙ୍କ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉକ୍ତ ଅପୂରଣୀୟ କାର୍ଯ୍ୟକୁ ସଂପୂଣ୍ଣ ର୍ କରିବାରେ ସହଯୋଗ କଲେ ବନ୍ତ ଅଂଚଳରେ ଉକ୍ତ ମେଳା ଆଗାମୀ ଦିନରେ ବିରାଟ ସାଂସ୍କୃତିକ ଅନୁଷ୍ଠାନ ଭାବରେ ପରିଗଣିତ ହୋଇ ପାରିବ ବୋଲି ଅଂଚଳବାସୀମାନେ ଆଶା ବ୍ୟକ୍ତ କରିଛନ୍ତି। ଚଳିତ ବର୍ଷର ପୂଜା ଉତ୍ସ ବରେ କମିଟିର ସଭାପତି ସୂର୍ଯ୍ୟ ନାରାୟଣ ପଣ୍ଡା, ସଂପାଦକ କିଶୋର କୁମାର ବେହେରା, ଉପଦେଷ୍ଟା କେଳୁ ଚରଣ ରାଜ, ସଭ୍ୟ ବିଜୟାନନ୍ଦ ଦାଶ, ସତ୍ୟପ୍ରିୟ ସୁଶୀଲ ନାୟକ, ଗୌରାଙ୍ଗ ଯେନା, ନାରାୟଣ ଦାଶ, ବସନ୍ତ ମିଶ୍ର, ପ୍ରଫୁଲ୍ଲ ମହାନ୍ତି, ରମାକାନ୍ତ ପଲେଇ, ଭାସ୍କର ମହାନ୍ତି, ବଳରାମ ଯେନା, ହରିହର ଯେନା, ଅକ୍ଷୟ ଯେନା, ଅର୍ଜ୍ଜୁନ ଯେନାଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *