ଜିଲ୍ଲା ପରିକ୍ରମା

ଭଦ୍ରକ : ଭଙ୍ଗାଯାଇଥିବା ହନୁମାନ ବିଗ୍ରହ ପୁନଃସ୍ଥାପନ ଧାମନଗର ଚୁନୁପଡା ଛକରେ ପୁଲିସ ମୁତୟନ ଅବ୍ୟାହତ, ସର୍ବଦଳୀୟ ବୈଠକ

ଭଦ୍ରକ,୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ଚୁନପଡା ଛକରେ ପୂଜା ପାଉଥିବା ଜୟ ହନୁମାନ ବିଗ୍ରହକୁ ଗୁରୁବାର ରାତିରେ ଦୁର୍ବୃତ୍ତ ଭାଙ୍ଗି ଦେଇଥିବାବେଳେ ଗତକାଲି ପୁନଃସ୍ଥାପନ କରାଯାଇଛି । ଏହି ଘଟଣା ପରେ ଶୁକ୍ରବାର ଧାମନଗରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଏଭଳି କାଣ୍ଡରେ ଜଡିତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ ଅଭିଯୁକ୍ତ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଥିଲା । ଅପରପକ୍ଷେ ଏଭଳି ସମ୍ବେଦନଶୀଳ ଘଟଣାରେ ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।  ଅପରାହ୍ଣରେ ଜିଲା ଏସପି ଅନୁପ ସାହୁଙ୍କ ଆହ୍ୱାନ କ୍ରମେ ଧାମନଗରର ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଏହି ଘଟଣା ସଂପର୍କରେ ବିଭିନ୍ନ ଆଲୋଚନା ହୋଇଛି । ତେବେ  ଜିଲା ଏସପି ପୁଣି ଧାମନଗର ଆସି ଫେରିଛନ୍ତି । ସେହିଭଳି ଧାମନଗରରେ ୫ ପ୍ଲାଟୁନ ଓଏସଏପି ପୁଲିସ ଫୋର୍ସ ଓ ୨ ପ୍ଲାଟୁନ କୁଇକ ଆକ୍ସନ ପୁଲିସ ଫୋର୍ସ ବିଭିନ୍ନ ଜାଗାରେ ମୁତୟନ ଅବ୍ୟାହତ ରହିଛି । ଧାମନଗର ରାମ ମନ୍ଦିର ଠାରେ ବିଶ୍ୱ ହିନ୍ଦୁ ପରିଷଦର ସୁଭେନ୍ଦୁ ଦାସଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଡକାଯାଇଛି । ବୈଠକରେ ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ ସୂଚନା ଦେଇଛନ୍ତି । ପୂଜା ମଣ୍ଡପରେ ପୂଜା ପାଉଥିବା ଜୟ ହନୁମାନ ବିଗ୍ରହଙ୍କୁ  ପୁଣି ନିଜ ସ୍ଥାନରେ ରଖାଯାଇଛି । ଏ ସବୁ ସତ୍ତ୍ୱେ ଧାମନଗରରେ କୌଣସି ଅପ୍ରୀତିକର ଘଟଣା ଘଟିନଥିଲେ ହେଁ ଚାପା ଉତ୍ତେଜନା ଲାଗିରହିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top