ଜିଲ୍ଲା ପରିକ୍ରମା

ଭଦ୍ରକ : ବ୍ୟକ୍ତିଗତ ଜମି ସରକାରୀ ଖାତାକୁ ଯିବା ଘଟଣା କମିଶନଙ୍କ ରାୟକୁ ୪ ବର୍ଷ ବିତିଲା, ସଂଶୋଧନ ହେଲାନି ରେକର୍ଡ

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ତହସିଲ ଅନ୍ତର୍ଗତ ତାଳପଦା ମୌଜାର କିଣାଯାଇଥିବା ଜମିକୁ ସରକାରୀ ଖାତାକୁ ନିଆଯିବା ଏବଂ ସେହି ଜମିକୁ ପୁଣି ବ୍ୟକ୍ତିଗତ ମାଲିକାନାକୁ ଫେରାଇ ଦେବା ନିମନ୍ତେ ଜାତୀୟ ମାନବିକ ଅଧିକାର କମିଶନ ନିର୍ଦେଶ ଦେଇଥିଲେ ହେଁ ଜିଲା କର୍ତ୍ତୃପକ୍ଷ ଏଥି୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ; ୧୯୫୮ ଜାନୁୟାରୀ ୪ରେ ଧାମନଗର ତହସିଲ ଅନ୍ତର୍ଗତ ତାଳପଦା ମୌଜାର ସେନା ବିଭାଗର କାର୍ଯ୍ୟ କରୁଥିବା ବିରେନ୍ଦ୍ର ନାଥ ମହାନ୍ତି ତାଙ୍କ ଧର୍ମତ୍ନୀ ସୁଧାରାଣୀ ଅନୁସାରେ କ୍ରେତାଙ୍କ ସ୍ୱାମୀ ସୈନ୍ୟ ବିଭାଗରେ କାର୍ଯ୍ୟ କରୁଥିବାରୁ ୧୯୮୧ରେ ବନ୍ଦୋବସ୍ତ ସମୟରେ ତାଙ୍କର ଅନୁପସ୍ଥିତ ଯୋଗୁଁ କ୍ୟାମ୍ପରେ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକୀୟ କାଗଜ ପତ୍ର ଦିଆଯାଇ ପାରିଲା ନାହିଁ। ଫଳରେ କ୍ରୟ ହୋଇଥିବା ସେହି ଜମିକୁ ସରକାରୀ ଖାତାରେ ରଖି ଦିଆଗଲା। ଏହାପରେ କ୍ରେତାଙ୍କ ଉତ୍ତରାଧିକାରୀ ସେହି ସଂପତ୍ତିକୁୁ ଫେରି ପାଇବା ପାଇଁ ବାଲେଶ୍ୱର ଆଡିସନାଲ ସେଟଲମେଣ୍ଟ କୋର୍ଟରେ ଆଶ୍ରୟ ନେଇଥିଲେ। ଏହି ମୋକଦ୍ଦମାରେ ଆବେଦନକାରୀଙ୍କ ସପକ୍ଷରେ କମିଶନର ରାୟ ଦେବା ସହ ରେକର୍ଡ ସଂଶୋଧନ ପାଇଁ ବିଭାଗୀୟ ଦେଇଙ୍କ ନାମରେ ମୋଟ ୪ ଏକର ୯୨ ଡିସିମିଲ ଜମି କିଣିଥିଲେ। ଧାମନଗର ସବରେଷ୍ଟ ଅଫିସରେ ଏହି ଜମି କିଣାବିକା ହୋଇଥିଲା। ମଧ୍ୟସତ୍ୱ ଅଧିକାରୀ ଲକ୍ଷ୍ମୀଧର ମହାନ୍ତିଙ୍କ ବଂଶଧର ବିମ୍ବାଧର ମହାନ୍ତି ଏବଂ ଓଗେର ଏହି ଜମି ବିକ୍ରି କରିଥିଲେ। ଜମି କ୍ରୟ ହେବା ପରବର୍ତ୍ତୀ ସମୟରେ ତହସିଲ ପକ୍ଷରୁ କ୍ରେତାଙ୍କ ନାମରେ ଟିଏଲ(ଟେନାଣ୍ଟ ଲେଜର) ଖୋଲାଯାଇ କ୍ରେତାଙ୍କ ଠାରୁ ନିୟମିତ ଖଜଣା ଆଦାୟ କରାଯାଉଥିଲା। ଖଜଣା ଆଦାୟ ହେଉଥିବା ସେହି ଜମିର ଟିଏଲ ନଂ ୫୯୫/ ୧୨। ତେବେ ହୋଇଥିବା ଅଭିଯୋଗ କର୍ତ୍ତୃପକ୍ଷଙ୍କ ନିର୍ଦେଶ ଦେଇଥିଲେ ହେଁ ରାୟ ହେବାର ୪ ବର୍ଷ ପରେ ମଧ୍ୟ ରେକର୍ଡ ସଂଶୋଧନ ହୋଇପାରିଲା ନାହିଁ। ପୁଣି କ୍ରେତାଙ୍କ ପକ୍ଷରୁ ଦିଲ୍ଲୀର ଜାତୀୟ ମାନବ ଅଧିକାର କମିଶନ ଠାରେ ଫେରାଦ ହେଲେ। ଇତି ମଧ୍ୟରେ ଏହି ମାମଲାର ଶୁଣାଣି ହୋଇଛି। ମାନବ ଅଧିକାରୀ କମିଶନ ବିଚାର କରି ସାଢେ ୬ ସପ୍ତାହ ମଧ୍ୟରେ କ୍ରେତାଙ୍କ ଜମିର ରେକର୍ଡ ସଂଶୋଧନ ପାଇଁ ନିର୍ଦେଶ ଦେଇଛନ୍ତି। ହେଲେ ରେକର୍ଡ ସଂଶୋଧନ କ୍ଷେତ୍ରରେ ଅବହେଳା କରାଯାଉଥିବାରୁ ତାହାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top