ଭଦ୍ରକ ବ୍ଲକ ପରିସରରେ ମିଳିତ ଜନଅଭିଯୋଗ ଶୁଣାଣୀ : ୧୨୬ଟି ଅଭିଯୋଗ ଆଗତ

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକବ୍ଲକ ପରିସରରେ ମିଳିତ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଳାପାଳ ଜ୍ଞାନଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଳୀପ୍ କୁମାର ସାହୁ,  ଉପଜିଲ୍ଳାପାଳ ନରୋତ୍ତମ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାଶ ଚନ୍ଦ୍ର ପରିଡ଼ା, ବିଡ଼ିଓ ହରିଶ୍ଚନ୍ଦ୍ର ଜେନା, ତହସିଲଦାର ପ୍ରଦୀପ୍ କୁମାର ସାହୁ, ଭୂଅର୍ଜନ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ମଣ୍ଡଳ, କୃଷି ବିଭାଗର ଉପକୃଷି ନିର୍ଦ୍ଦେଶକ ଟଙ୍କଧର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ମିଳିତ ଜନଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିଥିଲେ। ଭଦ୍ରକ ବ୍ଲକର ୩୬ଗୋଟି ପଞ୍ଚାୟତରୁ ବିଭିନ୍ନ ଅଞ୍ଚାଳରୁ ସାଧାରଣ ଲୋକମାନେ ନିଜ ନିଜର ଅଭିଯୋଗ ଆଗତ କରିଥିଲେ। ସେଥିମଧ୍ୟରୁ ରୋସନକାର୍ଡ଼ ସମସ୍ୟା, ପ୍ରଧାନମନ୍ତ୍ରୀ ବାସଗୃହ, ବିଜ୍ଜୁ ପକ୍କା ଘର, ଭତ୍ତା, ଭୂମିହୀନ ଲୋକ ଜମିପାଇଁ ଆବେଦନ, ଜମିବାଡ଼ି ସମସ୍ୟା ଆଦି ୧୨୬ଟି ଦରଖାସ୍ତ ଜିଲ୍ଳାପାଳଙ୍କ ଠାରେ ଆଗତ କରାଯାଇଥିଲା। ଉକ୍ତ ଦରଖାସ୍ତ ଗୁଡ଼ିକୁ ଜିଲ୍ଳାପାଳ ବିଚାର କରି ବିଭିନ୍ନ ବିଭାଗୀୟ ଅଧିକାରୀ ନିକଟକୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଇଥିଲେ। ଏହି ଅବସରରେ ଭଦ୍ରକ ପୌରପାଳିକାର ମିମି ଖାତୁନ୍ ନାମକ ଭିନ୍ନକ୍ଷମ ମହିଳାକୁ ତିନିଚକିଆ ଯାନ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *