ଜିଲ୍ଲା ପରିକ୍ରମା

ଭଦ୍ରକ ବ୍ଲକ କର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ମାନଙ୍କ ଧାରଣା

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଭଦ୍ରକ ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ଭଦ୍ରକ ବ୍ଲକର ସମସ୍ତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ମାନେ ତାଙ୍କର ବିଭିନ୍ନ ଦାବି ନେଇ ଶାନ୍ତି ପୁର୍ଣ୍ଣ ଭାବରେ ଧରଣାରେ ବସିଥିଲେ । ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ କଳେଜକୁ ଅନୁଦାନ ପ୍ରଦାନ କରିବା,  ବ୍ଲକଗ୍ରାଣ୍ଟ ଭଳି ତଥା ଉଚ୍ଛେଦ ସମ୍ମାନ କାମକୁ ସମାନ ଦରମା, ବକେୟା ଦରମା, ଚାକିରି କାଳକୁ ୬୨ ବର୍ଷକୁ  ବୃଦ୍ଧି ପେନସନ ପ୍ରଦାନ ଇତ୍ୟାଦି ଦାବି ନେଇ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସଙ୍ଗେ ସଙ୍ଗେ  ଦାବି ଗୁଡ଼ିକୁ ବିଡ଼ିଓଙ୍କ ଜରିଆରେ ସରକାରଙ୍କୁ ପ୍ରଦାନ କରିଥିଲେ । ମିଳିତ ମଂଚର ବ୍ଲକ ସଭାପତି କଳପତରୁ ଦାସଙ୍କ ସଭାପତିତ୍ୱରେ, ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ମିଳିତ ମଂଚ ଜିଲ୍ଲା ସଭାପତି ଆଦିତ୍ୟ କୁମାର ଜେନା, ଉପଦେଷ୍ଟା ସାଧୁ ଚରଣ ଷଢଙ୍ଗୀ, ବ୍ଲକ ସମ୍ପାଦକ ବୈକୁଣ୍ଠ ବିଶ୍ୱାଳ, ଶିକ୍ଷକ ନେତା ଅଶୋକ କୁମାର ରାଉତ, ଅଫତାବ ଆଲାମ ଖାନ, ଉପସଭାପତି ସୁରେନ୍ଦ୍ର ମହାପାତ୍ର, ପହଲ୍ଲାଦ ସାହୁ, ସୁବାଷ ମହାନ୍ତି, ପ୍ରମୁଖ ସଂଗ୍ରାମୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ପ୍ରତିବାଦ ସଭାରେ ବିଜେପି ନେତା ପ୍ରଦିପ ନାୟକ, ବରିଷ୍ଠ ଆଇନଜିବୀ ଦିବ୍ୟସିଂହ ନାୟକ, ରାଜ୍ୟ କଂଗ୍ରେସ ଯୁବନେତା ନଳିନୀ କାନ୍ତ ମହାନ୍ତି ସରକାରଙ୍କ ଏଭଳି ନିତିକୁ ତିବ୍ର ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ଦୟାନ, ରଂଜନ କୁମାର ପ୍ରଧାନ, ଆଜମଲ ହୋସେନ, ଶରତ କୁମାର ସାହୁ, ପର୍ଶୁରାମ ସାହୁ, ଅଶେକ ଦାସ, ମିନତି ଜେନା, ଶୁଶାନ୍ତ କୁମାର ବାରିକ, ଦୈତାରୀ ଦିକ୍ଷୀତ, ସନ୍ତୋଷ ଦାସ ପ୍ରମୁଖ ସଂଗ୍ରାମୀ ବକ୍ତବ୍ୟ ରଖିଥିଲେ । ଏଥିରେ ଏ.ଆଇ.ଡ଼ି.ଏସଓର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି ବ୍ଲକ ସ୍ତରୀୟ ଶାନ୍ତିପୁର୍ଣ୍ଣ ଧାରଣା ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top