ଜିଲ୍ଲା ପରିକ୍ରମା

ଭଦ୍ରକ ବ୍ଲକ୍ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ବ୍ଲକ୍ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଚରମ୍ପାସ୍ଥିତ ରାମଚନ୍ଦ୍ର ବିହାରୀଲାଲ ନୋଡ଼ାଲ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକର ବିଧାୟକ ଯୁଗଳକିଶୋର ପଟ୍ଟନାୟକ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ଉସôବରେ ଜିଲ୍ଲାପାଳ ଜ୍ଞାନ ଦାସ,ଭଦ୍ରକ ବ୍ଲକର ଅଧ୍ୟକ୍ଷ ରଘୁନାଥ ଧଳ, ବିଡିଓ ହରିଶ୍ଚନ୍ଦ୍ର ଜେନା,  ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡା ମହମ୍ମଦ ଅବଦୁଲ ରସିଦ୍,ବ୍ଲକ୍ ଶିକ୍ଷାଧିକାରୀ ଶମ୍ଭୁନାଥ ପ୍ରାଣିଗ୍ରାହୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀ,ଜିଲ୍ଲା ସ୍ୱଳ୍ପସଂଚୟ ଅଧିକାରୀ ପଦ୍ମନ କୁମାର ରାୟ, ସିଆରଏସଆର ମୁଖ୍ୟ କାର୍ଯ୍ୟନିବାହୀ ଡ଼ା. ଭଗବାନ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଭଦ୍ରକ ପଂଞ୍ଚାୟତ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ ଶିବରରେ ଭଦ୍ରକ ବ୍ଲକ୍ ଅଧିନରେ ଥିବା ସମସ୍ତ ପଞ୍ଚାୟତ ଭିନ୍ନକ୍ଷମବ୍ୟକ୍ତିମାନେ ଏହି ଶିବିର ଅଂଶଗ୍ରହଣ କରିଥିଲେ । ଏହି ଭିନ୍ନକ୍ଷମ ଶିବିରରେ ମୋଟ୬୨୯ଜଣଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ଶାରିରୀକ ଭିନ୍ନକ୍ଷମ ଭାବେ୧୯୩,ଦୃଷ୍ଟିବାଧିତ ୭୮,ସ୍ନାୟୁବାଧିତ୩୪,ଶ୍ରବଣ ବାଧିତ୧୧୪,ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ(୦-୧୮)ବର୍ଷର ପିଲା ୯୮,ମାନସିକ ଅନଗ୍ରସର୧୧୨କୁ ମିଶାଇ ମୋଟ ୬୨୯ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଶିବିରରେ ଡ଼ାକ୍ତର ଆଯ୍ୟ  ମିଶ୍ର, ଡ଼ା. କରୁଣା କର ବିଶ୍ୱାଳ,ଡା ସନ୍ତୋଷ କୁମାର ସିଂହ,ଡା ନାରାୟଣ ସାହୁଙ୍କ ତତ୍ତ୍ୱାବଧାନରେ ଏକ ଦଶ ଜଣିଆଟିମ୍ ଦ୍ୱାରା ଭିନ୍ନକ୍ଷମ ମାନଙ୍କର ସ୍ୱାସ୍ଥ ପରୀକ୍ଷା କରାଯିବା ବିଭିନ୍ନ ବିଭାଗରେ  ଭିନ୍ନକ୍ଷମ ଭାବେ ଚିହ୍ନଟ କରାଯାଇଥିଲା । ଚିହ୍ନଟ ହୋଇଥିବା ଭିନ୍ନକ୍ଷମବ୍ୟକ୍ତିମାନେ  ପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଜରିଆରେ ସୁବିଧା ସୁଯୋଗ  ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀସାମାଜିକ ସୁରକ୍ଷା ଅଧିକାରିଣୀ ଗୀତାରାଣୀ ମହାପାତ୍ର, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ , ସର୍ବଶିକ୍ଷା ଅଭିଯାନର ଭିନ୍ନକ୍ଷମ ସଂଯୋଜକ ଜଳନ୍ଧର ମଣ୍ଡଳ, ଶିକ୍ଷୟତ୍ରୀ ଚାରୁଲତା ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୈଳେନ୍ଦ୍ର ନାରାୟଣ ଦାସ, ସୁରେନ୍ଦ୍ର କୁମାର ସେଠୀ, ଦିଲ୍ଲିପ୍ କୁମାର ବେହେରା, ଦିନବନ୍ଧୁ ଦାସ, ତୃପ୍ତି ମୟୀ ପାଢୀଙ୍କ ସମେତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଓ ବ୍ଲକର କର୍ମଚାରୀମାନେ ସହଯୋଗୀତା କରଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top