ଭଦ୍ରକ ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିର

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସଦର ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରିଶ୍ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଦୀନ ଦୟାଲ ଉପାଧ୍ୟା ଗ୍ରାମୀଣ କୌଶଲ୍ୟା ଯୋଜନା ଅନ୍ତର୍ଭୁକ୍ତ ବ୍ଲକ୍ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଭଦ୍ରକ ବ୍ଲକ୍ର ସମସ୍ତ ୩୬ଟି ପଞ୍ଚାୟତରୁ ବେରୋଜଗାର ଆଶାୟୀ ଯୁବକ ଯୁବତୀମାନଙ୍କୁ ଉକ୍ତ ଯୋଜନାରେ ପ୍ରଶିକ୍ଷଣ ଓ ନିଯୁକ୍ତିର ସୁଯୋଗ ବିଷୟରେ ପରାମର୍ଶ ଦିଆଯାଇଥିଲା। ଏଥିରେ ଉପଜିଲାପାଳ ନରୋତ୍ତମ ବେହେରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓରମାସ୍ ଓ ଜିଲା ପ୍ରକଳ୍ପ ପରିଚାଳକ ଗୁଣ୍ଡିଚା ବେହେରା, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶିକା ରୂପାଲୀ ମହାପାତ୍ର, ବ୍ଲକ୍ ଉପାଦେଷ୍ଟା ଜ୍ୟୋସ୍ନାମଂଜରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରକୁ ଜିଲା ଦକ୍ଷତା ସଂଯୋଜକ ଜ୍ୟୋତିରଂଜନ ମହାପାତ୍ର ଓ ପ୍ରିୟଦର୍ଶନ ଜେନା ସହଯୋଗ କରିଥିଲେ। ଏହି ପରାମର୍ଶ ଶିବିରରେ ୯ଟି ପ୍ରକଳ୍ପ ନିୟୋଜକ ସଂସ୍ଥା ଯୋଗ ଦେଇଥିବାବେଳେ ୨୫୦ ଜଣ ଆଶାୟୀ ବେରୋଜଗାର ଯୁବକ ଯୁବତୀଙ୍କୁ ପଂଜିକରଣ କରାଯାଇ ବିଭିନ୍ନ ଦକ୍ଷତା ପାଠ୍ୟକ୍ରମ ସହିତ ଚିହ୍ନଟ କରାଯାଇଥିଲା। ବ୍ଲକ୍ ପ୍ରକଳ୍ପ ପରିଚାଳିକା ଶୋଭନା ଦାଶ ଓ ଏଏଲ୍ଏମ୍ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *