ଭଦ୍ରକ ବ୍ଲକସ୍ତରୀୟ କ୍ରିଡ଼ା ପ୍ରତିଭା ଅନ୍ୱେଷଣ ଅନୁଷ୍ଠିତ

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକସରୀୟ କ୍ରିଡ଼ା ପ୍ରତିଭା ଅନ୍ୱେଷଣ କାଉପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ କାଳନ୍ଦୀ ଚରଣ ମଳିକଙ୍କ ଅଧ୍ୟକ୍ଷତାରେ କ୍ରିଡ଼ାପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳା କ୍ରିଡ଼ା ଅଧିକାରୀ ମନୋଜ କୁମାର ଦାସ, ଭଦ୍ରକ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ୟାମସୁନ୍ଦର ମହାରାଜ, କ୍ରିଡ଼ା ଶିକ୍ଷକ ଗଜେନ୍ଦ୍ର ଭାରତୀ, ନାରାୟଣ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ କ୍ରିଡା ପ୍ରତିଭା ଚୟନ କରାଯାଇଥିଲା। ଏହି କ୍ରିଡ଼ାପ୍ରତିଭା ଚୟନରେ ବିଭିନ୍ନ ପଂଚାୟତରେ ଥିବା ହାଇସ୍କୁଲର ପ୍ରାୟ ୧୦୦ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ୧୫ଜଣ କ୍ରିଡ଼ା ପ୍ରତିଭା ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ କ୍ରିଡ଼ାପ୍ରତିଭା ପାଇଁ ମନୋନିତ ହୋଇଥିଲେ। ଏହି ପ୍ରତିଯୋଗିତାରେ ୨୦୧୮ ଏପ୍ରିଲ୍ ୧ ତାରିଖ ସୁଧା ଅଷ୍ଟମ ଓ ନବମ ଶ୍ରେଣୀର ପିଲାଙ୍କ ବୟସ ୧୪ ବର୍ଷରୁ କମ୍ ହୋଇଥିବ ଏବଂ ସୋମାନଙ୍କର ଉଚ୍ଚତାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ବିଭିନ୍ନ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ମନୋନିତ ହୋଇଥିବା କ୍ରିଡ଼ା ପ୍ରତିଭାଙ୍କୁ ଆସନ୍ତା ଜୁଲାଇ ୧୭ ଓ ୧୮ତାରିଖରେ ଜିଲ୍ଲାସ୍ତରୀୟ କ୍ରିଡ଼ା ପ୍ରତିଭା ଅନ୍ୱେଷଣ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଂଶଗ୍ରହଣ କରିପାରିବେ।

Leave a Reply

Your email address will not be published. Required fields are marked *