ଭଦ୍ରକ ବ୍ଲକରେ କୃଷକ ସମ୍ପର୍କ ମେଳା

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ବ୍ଲକର ବଣିଆ ଗ୍ରାମରେ ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଳା ପାଳନ କରାଯାଇଛି। ଉତ୍ସବରେ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ। ବିଧାୟକଙ୍କ ପ୍ରତିନିଧି ରାଧାକାନ୍ତ ସାମଲଙ୍କ ସଭାପତିତ୍ୱରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏଥିରେ ଭଦ୍ରକ ପଞ୍ଚାୟତ ସମିତିର ଅଧ୍ୟକ୍ଷ ରଘୁନାଥ ଧ. ଉପାଧ୍ୟକ୍ଷା ଜ୍ରୋତ୍ସ୍ନାମଞ୍ଜରୀ ରାଉତ, ସାଂସଦଙ୍କ ପ୍ରତିନିଧି ପ୍ରହଲ୍ଳାଦ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ପାଢୀ, ସରୋଜ କୁମାର ନାୟକ, ସୁକାନ୍ତିବାଳା ନାୟକ ଯୋଗଦାନ କରି କୃଷି ବିଭାଗ ମାଧ୍ୟମରେ କୃଷକମାନଙ୍କର ପ୍ରଗତି ହେବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର ମିଶ୍ର, କ୍ଷେତ୍ର ବିଶେଷଜ୍ଞ ଉଦିତ୍ କୁମାର ରାୟ, ଫସଲ ସୁରକ୍ଷା ଅଧିକାରୀ ଅରୁଣ କୁମାର ପାତ୍ର, ପ୍ରାଣୀ ସମ୍ପଦ ଅଧିକାରୀ ଡ. ରାଜେଶ କୁଅଁର, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ରାଣୀତାଲର ବରିଷ୍ଠ ବୈଜ୍ଞାନିକ ଡ. ଉମାଶଙ୍କର ନାୟକ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ମତ୍ସ୍ୟ ବିଜ୍ଞାନୀ ଅମ୍ବିକା ପ୍ରସାଦ ନାୟକ ପ୍ରମୁଖ ବିଭିନ୍ନ କୃଷି କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ। ଶେଷରେ ମା ଭଦ୍ରକାଳୀ କୃଷିନାଟ୍ୟ ସଂସ୍ଥା ଦ୍ୱାରା ଘୋଡା ନାଚ, ଚଢେୟା ଚଢେୟାଣୀ ନାଚ, ବାରମାସୀ ନାଚ ମାଧ୍ୟମରେ କୃଷି ଜ୍ଞାନ କୌଶଳକୁ ପ୍ରଦର୍ଶିତ କରାଯାଇଥିଲା। ଭଦ୍ରକର ସହକାରୀ କୃଷି ଅଧିକାରୀ ରତ୍ନାକର ପଟ୍ଟନାୟକ ଓ ସୁଦୀପ୍ତା ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *