ଜିଲ୍ଲା ପରିକ୍ରମା

ଭଦ୍ରକ ବ୍ଲକପରିସରରେ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଭଦ୍ରକ, ୧୯ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକ ପରିସରରେ ମିଳିତଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଜ୍ଞାନଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ଉପଜିଲ୍ଳାପାଳ ନରୋତ୍ତମ ବେହେରା, ଆଡ଼ିସିନାଲ ଏସ୍ପି କୈଳାସ ଚନ୍ଦ୍ର ପରିଡ଼ା, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ମହମ୍ମଦ ଅବଦୁଲ୍ ରସିଦ୍ ଭଦ୍ରକ ବ୍ଲକର ଚେୟାରମ୍ୟାନ୍ ରଘୁନାଥ ଧଳ, ବିଡ଼ିଓ ହରିଶ୍ଚନ୍ଦ୍ର ଜେନା, ତହସିଲଦାର ପ୍ରଦିପ୍ କୁମାର ସାହୁ, ଜିଲ୍ଳାଯୋଗାଣ ଅଧିକାରୀ ଉପାଶଙ୍କର ପତି, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, କୃଷିବିଭାଗର ଡ଼େପୁଟୀ ଡ଼ାଇରେକ୍ଟର ଟଙ୍କଧର ବେହେରା ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ଭଦ୍ରକ ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରାୟ ୯୫ଟି ଦରଖାସ୍ତ ଆଗତ କରାଯାଇଥିଲା। ସେଥିମଧ୍ୟରୁ ଭିନ୍ନକ୍ଷମ ଭତ୍ତା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଚିକିତ୍ସା ନିମନ୍ତେ ରେଡ଼କ୍ରସ୍ରୁ ସାହାଯ୍ୟ, ରେସନକାର୍ଡ଼ ସମସ୍ୟା, ଗ୍ରାମ୍ୟ ସମସ୍ୟା ଆଦି ବିଭିନ୍ନ ଦରଖାସ୍ତ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆଗତ କରାଯାଇଥିଲା। ଉକ୍ତ ଦରଖାସ୍ତ ଗୁଡ଼ିକୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top