ଜିଲ୍ଲା ପରିକ୍ରମା

ଭଦ୍ରକ : ବ୍ରାହ୍ମଣଗାଁ ଓ କାଳିଆପଦା ଫଗୁ ମେଳଣ, “ରାତି ଉଜାଗର ହେଲେ ଭକ୍ତ ଭଗବାନ’

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ବ୍ଲକସ୍ଥିତ ବ୍ରାହ୍ମଣଗାଁ ଓ କାଳିଆପଦା ଫଗୁ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଦନମୋହନ, ରାଧାକୃଷ୍ଣ, ଆଣ୍ଠୁୁଆ ଗୋପାଳ ଭକ୍ତଙ୍କ କାନ୍ଧରେ ବସି ଝୁଲୁଝୁଲି ମେଳଣ ମଣ୍ଡପକୁ ଆସୁଥିବା ଦୃଶ୍ୟ ବେଶ ମନୋରମ ହୋଇଛି। ମିଳନ ଉତ୍ସ ବର ନାଚ ଗୀତ, ଘଣ୍ଟାବାଦ୍ୟ ତାଳେ ତାଳେ ଭକ୍ତ ଆଊ ଭଗବାନ ରାତି ଉଜାଗର ହୋଇଥିଲେ। ସ୍ଥାନୀୟ ଅଞ୍ଚଳର ଏହି ମେଳଣ ଉତ୍ସବ ବହୁ ପୁରାତନ। କମିଟି ପକ୍ଷରୁ ଠାକୁର ବାଡିଆଙ୍କୁ ନିମନ୍ତ୍ରଣ ପତ୍ର ଓ ଗୁଆଦେଇ ନିମନ୍ତ୍ରିତ କରାଯାଇଥାଏ। ଠାକୁରଙ୍କୁ ମେଳଣ ଉତ୍ସ ବକୁ ଆଣିବାକୁ ବାଡିଆଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖାଦେଇଥାଏ। ବ୍ରାହ୍ମଣଗାଁର ଏହି ମେଳଣ ଦୋଳପୂର୍ଣ୍ଣିମାର ରାତିର ଆୟୋଜିତ ହୋଇଥିଲା।୪୨ଟି ସୁସଜ୍ଜିତ ବିମାନରେ ବସି ଠାକୁର ଗହଳି ଲଗାଇ ଭକ୍ତଙ୍କ କାନ୍ଧରେ ମେଳଣ ମଣ୍ଡପକୁ ବାହାରିଥିଲେ। ପରମ୍ପରା ଅନୁସାରେ ପ୍ରଥମେ ରାଧାମାଧବ ଜୀୟୁ ମହାଦେବଙ୍କୁ ଅବିର ଦେବା ପରେ ଅନ୍ୟ ଜୀୟୁମାନେ ଅବିର ଦେଇ ମିଳନ ମଣ୍ଡପକୁ ବିଜେ କରିଥିଲେ। ମଣ୍ଡପରେ ବସିବାର ପରମ୍ପରା ମଧ୍ୟ ରହିଛି। ପ୍ରଥମେ ବୁଢା ମହାଦେବ ଓ ରାଧା ମହାଦେବ ବସିବାପରେ ଅନ୍ୟ ଜୀୟୁମାନେ ବସିଥାନ୍ତି। ଠାକୁରଙ୍କ ଯଥାବିଧି ପୂଜାପାଠ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯଜ୍ଞର ପୂର୍ଣ୍ଣାହୁତି ପରେ ମିଳନ ମଣ୍ଡପ ପରିସରରେ ନଗର କିର୍ତ୍ତନ କରାଯାଇ ସନ୍ଧ୍ୟା ଆଳତି ଦର୍ଶନ କରି ଠାକୁର ନିଜ ବାଡିକୁ ବାହୁଡି ଯାଇଥିଲେ। ସେହିପରି କାଳିଆପଦା ମେଳଣ ଉତ୍ସ ବ ରଙ୍ଗପର୍ବ ରାତିରେ ଆୟୋଜିତ ହୋଇଥିଲା। ବାଜା ବାଣର ତାଳେ ତାଳେ ଠାକୁର ଭକ୍ତଙ୍କ କାନ୍ଧରେ ନାଚିନାଚି ମେଳଣ ମଣ୍ଡପକୁ ଆସିଥିଲେ। ପରମ୍ପରା ଅନୁସାରେ ବେଲେଶ୍ୱର ମହାଦେବଙ୍କୁ ପ୍ରଥମ ମଦନମୋହନ ଜୀୟୁ ଅବିର ଦେବା ପରେ ଅନ୍ୟ ଜୀୟୁମାନେ ଅବିର ଦେଇ ମିଳନ ମଣ୍ଡପକୁ ଯାତ୍ରା କରିଥିଲେ। ପ୍ରଥମେ ମଦନ ମୋହନ ବସିବା ପରେ ଅନ୍ୟ ଜୀୟୁମାନେ ବସିଥିଲେ। ଏଥର ୨୫ଟି ବିମାନ ମେଳଣ ପର୍ବରେ ସାମିଲ ହୋଇଥିଲେ। ଯଜ୍ଞ କାର୍ଯ୍ୟ ସହିତ ପାଞ୍ଚଦିନ ଧରି ଏହି ମିଳନ ଉତ୍ସ ବ ·ଲିବ ବୋଲି କମିଟି ସୂଚନା ଦେଇଛି। ସେହିପରି ଏଡତାଳ ପାବନ କ୍ଷେତ୍ରରେ ପ୍ରଥମକରି ମେଳଣ ଉତ୍ସବ ପାଳିତ ହୋଇଥିଲା। ଏଥିରେ ୧୫ଟି ସୁସଜ୍ଜିତ ବିମାନ ସାମିଲ ହୋଇଥିଲେ। ପ୍ରଥମେ ଜଗନ୍ନାଥ ମନ୍ଦିରରେ ଅବିର ଦେଇ ମେଳଣ ମଣ୍ଡପକୁ ବିଜେ କରିଥିଲେ। ଏହି ଉତ୍ସବକୁ ଦେଖିବାକୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top