ଓଡ଼ିଶା

ଭଦ୍ରକ : ବେପାରୀଙ୍କ ଗାଡିରେ ଚାଷୀଙ୍କ ଧାନ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବନ୍ତ ବ୍ଲକ ଅଧୀନ ୧୧ଟି ସେବାସମବାୟ ସମିତିରେ ସରକାରୀ ଧାନମଣ୍ଡି ଖୋଲି ସାରିଛି। ଚାଷୀ ଧାନକୁ ସରକାରଙ୍କ ଧାର୍ଯ୍ୟ ଦରରେ ବିକ୍ରି କରିବା ସହ ଏହାର ଫାଇଦା ପାଇଁ ଏହି ମଣ୍ଡିମାନ ଖୋଲାଯାଇଛି। ସରକାରୀ ଧାର୍ଯ୍ୟ ଦରରେ ନିଜ କଷ୍ଟ ଉପାର୍ଜିତ ଧାନକୁ ବିଭିନ୍ନ ମଣ୍ଡିରେ ରଖି ଚାଷୀ ଅନାଇ ରହିଛି। ମାତ୍ର ପଡି ରହିଥିବା ଧାନ ବିକ୍ରି ହୋଇପାରୁନି। ଅନ୍ୟପକ୍ଷରେ ଧାନ ବେପାରୀମାନେ ଅନ୍ୟ ରାଜ୍ୟର ବାପାରୀଙ୍କ ଦ୍ୱାରା ଏହାର ଫାଇଦା ଉଠାଉଛନ୍ତି। ପ୍ରତିଦିନ ଟ୍ରକଗୁଡିକ ପ୍ରତି ଗାଁକୁ ଯାଇ ଚାଷୀଙ୍କ ଧାନକୁ ଶାଗ ମାଛ ଦରରେ ବୋହି ନେଉଥିବା ଦେଖାଯାଇଛି। ଏହାକୁ ଅଧିକ ଦରରେ ଆନ୍ଧ୍ର, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟଗୁଡିକୁ ବିକ୍ରି କରି ଏହାର ଫାଇଦା ନେଉଛନ୍ତି ବୋପାରୀ ମାନେ। ଏଥିପ୍ରତି ସରକାରଙ୍କର ଅଙ୍କୁଶ ନଥିବାରୁ ଏହା ଦିନକୁ ଦିନ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଖୋଲାଯାଇଥିବା ଧାନ ମଣ୍ଡିଗୁଡିକର ଦୂରତା, ଚାଷୀ କାର୍ଡରେ ଥିବା ତ୍ରୁଟି ଓ ସପ୍ତାହରେ ଦୁଇ ଦିନ ମଣ୍ଡି ଖୋଲାଯିବାର ବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ରାସ୍ତା ପଖରେ ନିଜର ଧାନବସ୍ତାକୁ ପକାଇ ତାହା ଯଥାଶୀଘ ବିକ୍ରି କରିପାରୁ ନଥିବାରୁ ଚାଷୀମାନେ ନାନା ସମସ୍ୟାରେ ପଡିଛନ୍ତି। ଚଳିତବର୍ଷ ଚାଷ ସମୟରେ କୃଷି ବିଭାଗ ପକ୍ଷରୁ ସାର, ବିଷର ଘୋର ଅଭାବ ପରିଲକ୍ଷିତ ହୋଇଥିଲା। ଚାଷୀମାନେ ଚାଷ ପାଇଁ ନିଜର ବେପାରୀଙ୍କଠାରୁ ଧାର ନେଇ ସାର ବିଷ ଆଣି ଚାଷ ସାରିଥିଲେ। ସଂପ୍ରତି ଧାନ ବିକ୍ରିରେ ବିଳମ୍ବ ହେଉଥିବାରୁ ବାଧ୍ୟହୋଇ ଚାଷୀ ଧାନକୁ କମ୍ ଦରରେ ବିକ୍ରି କରୁଥିବା ପ୍ରକାଶ କରିଛନ୍ତି। ଚାଷୀଙ୍କ ପାଇଁ ଖୋଲାଯାଇଥିବା ଧାନମଣ୍ଡିରେ ଯଥାଶୀଘ୍ର ଧାନ କିଣି ତାଙ୍କର ପ୍ରାପ୍ୟ ଉଚିତ ସମୟରେ ପ୍ରଦାନ କରିବା ସହ କଷ୍ଟ ଅର୍ଜିତ ଧାନକୁ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିବା ବୋପାରୀଙ୍କ ବିରୋଧ ଅଙ୍କୁଶ ଲଗାଇବାକୁ ଚାଷୀ ମହଲରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top