ଭଦ୍ରକ : ବିରଞ୍ଚô ନାରାୟଣ ମନ୍ଦିରରେ ଐତିହାସିକ ଗୁଣ୍ଡୁଣୀ ଯାତ୍ରା ପ୍ରଥମ ଦିନରେ ହଜାର ହଜାର ଭକ୍ତଙ୍କ ଫୁଲଛତା ପ୍ରଦାନ

ଭଦ୍ରକ, ୩ା୨ (ଓଡ଼ିଆପୁଅ  / ପ୍ରମୋଦ ରାୟ) : ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର ଭାବେ ପରିଚିତ ଏହି ଜିଲାର ତିହିଡି ବ୍ଲକ ଅଧୀନ ପାଳିଆ ଗ୍ରାମରେ ଅବସ୍ଥିତ ବିରଞ୍ଚô ନାରାୟଣ ମନ୍ଦିର ପରିସରରେ  ଐତିହାସିକ ଗୁଣ୍ଡୁଣୀଯାତ୍ରା ଆରମ୍ଭ ହୋଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ଐତିହାସିକ ଯାତ୍ରାରେ ପ୍ରଥମ ଦିବସରେ ହଜାରହଜାର ଯାତ୍ରୀ ସମାଗମ ହୋଇଥିବା ଜଣାଯାଇଛି । ଏହି ଦିବସରେ ମାନସିକ ଫୁଲ ଛତା ଠାକୁରଙ୍କ ନିକଟରେ ପ୍ରଦାନ କଲେ ଚର୍ମ ରୋଗ ଭଲ ହୋଇଯିବାର ବିଶ୍ୱାସ ରହିଥିବା ବେଳେ ପ୍ରଥମ ଦିବସରେ ବହୁ ଭକ୍ତ ଫୁଲଛତା ପ୍ରଦାନ କରିଛନ୍ତି । ମାଟିରେ ପ୍ରସ୍ତୁତ ହାଣ୍ଡି, ଆଟିକା, ସୁରେଇ, କଳସୀ, ପଲମ ଆଦି ପୂର୍ବରୁ ମେଳାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ବେଳେ ସଂପ୍ରତି ତାହା ଆଉ ଦେଖିବାକୁ ମିଳୁନି । ସେହପିର ଗ୍ରାମ୍ୟ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ କଣ୍ଢେଇ, କାଇଁଚରୁ ନିର୍ମିତ ଦ୍ରବ୍ୟ, ଚଣା ଉଖୁଡା ଓ ଖୁଡୁମା ଆଦି ମିଷ୍ଟାନ୍ନ ଏହି ମେଳାର ବିଶେଷତ୍ୱ ଥିବା ବେଳେ ତାହାରୁ ଅନୁସ୍ଥିତିକୁ ନେଇ ବୟସ୍କ ଲୋକେ ବେଶ୍ ଝୁରି ହେଉଛନ୍ତି । ଅଘିରା ପୂଣ୍ଣ ର୍ମୀ ପରଦିନ ପାଳିତ ହେଉଥିବା ଗୁଣ୍ଡୁଣୀ ଯାତ୍ରା ଅବିଭକ୍ତ ବାଲେଶ୍ୱର ଜିଲାରେ ପ୍ରସିଦ୍ଧ ପର୍ବ । ଏହି ଦିନଠାରୁ ଶୀତର ପ୍ରକୋପ କମୁଥିବାରୁ ସୂର୍ଯ୍ୟଙ୍କ ନିକଟରେ କୃତଜ୍ଞତା ଜ୍ଞାପନ ପୂର୍ବକ ଲୋକମାନେ ବିରଞ୍ଚô ନାରାୟଣଙ୍କ ମନ୍ଦିର ନିକଟରେ ଏକୀଭୂତ ହେବାର ପରମ୍ପରା ଗୁଣ୍ଡୁଣୀ ଯାତ୍ରାର ବିଶେଷତ୍ୱ । ପାଳିଆ ଗ୍ରାମ ନିକଟରେ ଅତୀତରେ ସମୁଦ୍ର ଥିବାର ବହୁ ପ୍ରମାଣ ଥିବାବେଳେ ଜନଶ୍ରୁତି ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପୌତ୍ର ଶାମ୍ବ ଅଭିଶାପ ଜନିତ ବ୍ୟାଧିରେ ମୁକ୍ତି ପାଇଁ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଉପଦେଶ କ୍ରମେ ଏଠାରେ ଥିବା ସମୁଦ୍ର କୂଳରେ ଅର୍କୂଜା ପାଇଁ ସ୍ଥାନ ନିରୂଣ କରିଥିଲେ । କୋଣାର୍କ ମନ୍ଦିର ବହୁ ପୂର୍ବରୁ ଏହି ମନ୍ଦିର ନିର୍ମାଣ ହୋଇଥିବା ଏହି ଅଞ୍ଚଳର ଇତିହାସ ଉପରେ ରୁଚି ରଖିଥିବା ଟ୍ରଷ୍ଟି ବସନ୍ତ ନାୟକ ଦାବି କରନ୍ତି । କୋଣାର୍କ ମନ୍ଦିର ଢାଞ୍ଚାରେ ଗଠିତ ଏହି ମନ୍ଦିରଟି ରଥ ଆକାରରେ ନିର୍ମିତ ହୋଇଛି । ପଞ୍ଚସ୍ତରୀ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରରେ ୧୬ଟି ରଥଚକ ଓ ମନ୍ଦିର ମଧ୍ୟରେ ଚାରିମୁଖା ସୂର୍ଯ୍ୟ ମୂର୍ତ୍ତ ଥିବାର ଦେଖାଯାଇଥାଏ । ପ୍ରତ୍ୟେକ ମୂର୍ତ୍ତି ସପ୍ତ ଅଶ୍ୱ ଯୋଚା ରଥରେ ଅବସ୍ଥାପିତ । ମନ୍ଦିର ଚତଃୁାଶ୍ୱର୍ରେ ମାଙ୍କଡଳ ପ୍ରସ୍ତରରେ ନିର୍ମିତ ପ୍ରାଚୀରକୁ କେନ୍ଦ୍ରକରି ବହୁ ସୁନ୍ଦର କିମ୍ବଦନ୍ତୀ ମଧ୍ୟ ଅଛି । ଫୁଲଛତା ଓ ଫୁଲ ବି‚ଣା ମାନସିକ  କଲେ କୁଷ୍ଠରୋଗ ପରି ବହୁ ଚର୍ମରୋଗ ଭଲ ହୋଇଯିବାର ବିଶ୍ୱାସ ଯାତ୍ରୀଙ୍କୁ ଏଠାକୁ ଆକର୍ଷିତ କରିଥାଏ । କଳା ପାହାଡ ଆକ୍ରମଣର ଶିକାର ହୋଇଥିବା ଏହି ମନ୍ଦିରର ଇତିହାସ କେହି କହିପାରୁ ନ ଥିଲେ ବି ନବମ ଶତାବ୍ଦୀରେ ଏହା ନିର୍ମିତ ବୋଲି କେହି କେହି କହିଥାନ୍ତି । ନବମ ଶତାବ୍ଦିରେ ପାଳିଆରେ ଥିଲା ଏକ ସମୃଦ୍ଧଶାଳି ବାଣିଜ୍ୟ କେନ୍ଦ୍ର । ସେଥିପାଇଁ ଗଢି ଉଠିଥିଲା ଶ୍ରୀ ଶ୍ରୀ ବିରଞ୍ଚôô ନାରାୟଣଙ୍କ ମନ୍ଦିର । ‘ପାଳିଆକୁ ସମୁଦ୍ର କେତେ ଦୂର ଘୁଞ୍ଚôଗଲା’ ବୋଲି ଆଜି ମଧ୍ୟ ଲୋକ ମୂଖରୁ ଶୁଣାଯାଏ । ପାଳିଆରୁ କ୍ରମଶଃ ସମୁଦ୍ର ଘୁଞ୍ଚôଘୁଞ୍ଚô ଯାଉଛି । ଅତିତରେ ମନ୍ଦିରର ମୂର୍ତ୍ତି ତଥା ପାଶ୍ୱର୍ ଦେବତାମାନେ କ୍ଷତ ବିକ୍ଷତ ହୋଇଛନ୍ତି । କିନ୍ତୁ ଏହି  ଐତିହାସିକ ବିରଞ୍ଚô ନାରାୟଣଙ୍କ ପୀଠରେ ହଜିନାହିଁ ପରମ୍ପରା, ଜାନିଯାତ୍ରା, ପର୍ବପର୍ବାଣୀ ଇତ୍ୟାଦି । ଗୁଣ୍ଡୁଣୀ ଯାତ୍ରା ପରି ଏଠାରେ ମକର ଉତ୍ସ ବ, ମାଘ ଷଷ୍ଠୀରେ ବଡ  ସିଂହାସନ ବେଶ ଓ ନୋ÷ବାଣିଜ୍ୟ ସ୍ମାରକୀ ସ୍ୱରୂପ କାର୍ତ୍ତିକ ପୂର୍ଣ୍ଣର୍ମାରେ ନୋ÷ବାଣିଜ୍ୟ ଉତ୍ସ ବ, ଦୋଳ, ଜାଗର ଆଦି ମେଳା ମଧ୍ୟ ଅନୁଷ୍ଠିତ ହୋଇଥାଏ ।

Leave a Reply

Your email address will not be published. Required fields are marked *